-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ବଲାଙ୍ଗୀର,(ପ୍ରେରଣାସ ଖବର)-ରାଜ୍ୟସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ବିଭିନ୍ନ ଜିଲ୍ଲାରେ ଥିବା ସଂମ୍ଭାବ୍ୟ ଇକୋଟୁରିଜମର ବିକାଶ ପାଇଁ ପଦକ୍ଷେପ ନେଉଛି । ସେହିକ୍ରମରେ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ,ଗାଈଖାଈ, ଭୀମଡୁଙ୍ଗୁରୀ, କୁମୁଡା ଇତ୍ୟାଦି ପ୍ରକଲ୍ପ ହାତକୁ ନିଆଯାଇଛି । ସାଲେଭଟା ନିକଟରେ ଜାତୀୟ ରାଜପଥ-୨୬ କଡେ ଥିବା ଗାଈଖାଇ ଓ ଦେଓଗାଁ ବ୍ଲକର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀକୁ ଭିତ୍ତିଭୂମୀ ତଦାରଖ କରିବାକୁ ଭବାନୀପାଟଣା ଆରସିସିଏଫ ଓ ବଲାଙ୍ଗୀର ଡିଏଫଓ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଯାଇଛି । ଆରସିସଏଫ ଅଶ୍ୱିନୀ କର ଓ ଡିଏଫଓ ନୀତିଶକୁମାର ଆଜି ପ୍ରଥମେ ଗାଈଖାଇ ପ୍ରକଲ୍ପକୁ ପରିଦର୍ଶନ କରିଥିଲେ । ସେହିପରି ଅପରାହ୍ନରେ ଭୀମଡୁଙ୍ଗୁରୀକୁ ପରିଦର୍ଶନ କରିବାକୁ ଯାଇ ଜଙ୍ଗଲବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ପୂର୍ବରୁ ହରିଶଙ୍କର ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଭୀମଡୁଙ୍ଗୁରୀରେ ମଧ୍ୟ ଜଙ୍ଗଲବିଭାଗ ୭୦ଲକ୍ଷ ଟଙ୍କାର କାମ ଆରମ୍ଭ କରିଛି । ପୂର୍ବରୁ ପ୍ରାୟ ୨୫ଲକ୍ଷ ଟଙ୍କାର କାମ ସରିଥିଲା । ଏବେ ଆହୁରି ଗୁଡିଏ ବିକାଶମୂଳକ କାମ ହାତକୁ ନିଆଯାଇଛି । ପାହାଡରେ ଥିବା ଗୁମ୍ଫାମାନଙ୍କୁ ପାହାଚ ସଂଯୋଗ,ପାନୀୟ ଜଳରବ୍ୟବସ୍ଥା,ବିଦ୍ୟୁତିକରଣ,ପାହାଡତଳେ ଏକ ଇକୋପାର୍କ,ଭୀମକଟାରେ ବୋଟିଂର ସୁବିଧା କରାଇବାର ବ୍ୟବସ୍ଥା କରାଉଛି ।
ସେହିପରି ଗାଈଖାଇ ଜଳସେଚନ ପ୍ରକଲ୍ପରେ ମଧ୍ୟ ଇକୋଟୁରିଜମର ଉନ୍ନୟନ ପାଇଁ ଲୋଇସିଂହା ବିଧାୟକ ତଥା ରାଜ୍ୟ ପରିବେଶ କମିଟିର ସଦସ୍ୟ ଡ.ମୁକେଶ ମହାଲିଙ୍ଗ ଗାଈଖାଈ ଜଳସେଚନ ପ୍ରକଲ୍ପରେ ଇକୋଟୁରିଜମର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ । ବିଧାୟକ ଡ.ମହାଲିଙ୍ଗ ଗାଈଖାଇ ସମେତ ଛେଲିଆପାଟ ରିଜର୍ଭ ଜଙ୍ଗଲର ଆମଝରନ, ରୁଗୁଡିଖାଲର ମାନସବିହାର ନଅଗାଁର ପଥରଗଡକୁ ଇକୋଟୁରିଜମରେ ସାମିଲ କରିବାକୁ ମଧ୍ୟ ପ୍ରସ୍ତାବ ରଖିଥିଲେ । ସେହି ପ୍ରସ୍ତାବକୁ ଆଧାରକରି ବଲାଙ୍ଗୀର ଡିଏଫଓ ଗତ ୨୦୨୦ ମସିହା ସେପଟେମ୍ବର ମାସ ୨ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗକୁ ଇକୋଟୁରିଜମରେ ସାମିଲ କରାଇବାକୁ ପ୍ରସ୍ତାବ ଦେଇଥିଲେ । ଗତ ମାସରେ ବିଧାୟକ ତାଙ୍କ ନିର୍ବାଚନମଣ୍ଡଳି ଉନ୍ନୟନ କମିଟି ବୈଠକର ପ୍ରସ୍ତାବ ଗୁଡିକ ବିଷୟରେ ରାଜ୍ୟସରକାରଙ୍କୁ କମ୍ପ୍ଲ।।ୟନ୍ସ ରିପୋର୍ଟ ମାଗିଥିଲେ । ସେହି ବୈଠକ ପୂର୍ବରୁ ଆଜି ଆରସିସିଏଫଙ୍କ ପରିଦର୍ଶନ ପରେ ଏହି ପ୍ରକଲ୍ପଗୁଡିକର ଉନ୍ନତି ହେବ ବୋଲି ଆଶା କରାଯାଉଛି । ଗାଈଖାଇରେ ଭିତ୍ତିଭୂମୀର ବିକାଶ କରାଯାଇ ପର୍ଯ୍ୟଟକଙ୍କ ପାଇଁ ବୋଟିଂର ସୁବିଧା କରାଯିବ ବୋଲି ଜଣାଯାଇଛି । ପ୍ରାୟ ୩କୋଟି ଟଙ୍କାର ପ୍ରସ୍ତାବ ଏଥିପାଇଁ କରାଯାଇଥିବା ଜଣାଯାଇଛି । ଉଭୟ ସ୍ଥାନରେ ଜଳପ୍ରକଲ୍ପ ଥିବାରୁ ବନ୍ୟଜନ୍ତୁ ଓ ବିଦେଶାଗତ ପକ୍ଷୀଙ୍କ ଭିଡ ଜମୁଛି । ତେଣୁ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ବନବିଭାଗ କାମ କରୁଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଉଭୟ ପ୍ରକଲ୍ପ ହାତୀକରିଡରରେ ଆସୁଛି । ଗାଈଖାଇରେ ଗତ ୨୦୧୮-୧୯ ରେ ବନବିଭାଗ ଏକ ହାତୀ ୱାଚଟାୱାର ମଧ୍ୟ ନିର୍ମାଣ କରାଇଛି । ଏନେଇ ଡିଏଫଓ ନୀତିଶ କୁମାରଙ୍କୁ ପଚାରିବାରୁ ଆଜି ଆରସିସିଏଫ ଭିଜିଟ କରିଛନ୍ତି । ଉନ୍ନୟନ ପାଇଁ ଖୁବଶୀଘ୍ର ଅନୁଦାନ ଆସିଯିବ ଓ କାମ ଆରମ୍ଭ କରାଯିବ ବୋଲି ଡିଏଫଓ ନୀତିଶ କୁମାର କହିଛନ୍ତି