-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ପଦ୍ମପୁର:- ଓଡ଼ିଶା ସାମ୍ବାଦିକ ୟୁନିୟନ ଓୟୁଜେ ର ରାଜ୍ୟ ସଂଗଠନ ସମ୍ପାଦକ ଭାବରେ ବରଗଡ଼ ର ସାମ୍ବାଦିକ ବିଜୟ କୁମାର ସାହୁ ଓ କାର୍ଯ୍ୟକାରୀ ସଦସ୍ୟ ଭାବରେ ସାମ୍ବାଦିକ ଜୟସିଂହ ଭୋଇ ନିର୍ବାଚିତ ହୋଇଛନ୍ତି ।୨୦୨୧-୨୩ ବର୍ଷ ପାଇଁ ଭୁବନେଶ୍ବର ଓୟୁଜେ ଭବନ ଠାରେ ଅନୁଷ୍ଠିତ ରାଜ୍ୟ ନିର୍ବାଚନ ରେ ବରଗଡ଼ ଜିଲ୍ଲାର ଦୁଇ ସାମ୍ବାଦିକ ଙ୍କୁ ଦାୟିତ୍ୱ ଦିଆଯାଇଛି ।ସେହିପରି ରାଜ୍ୟ ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ ଭାବରେ ଅଶୋକ କୁମାର ନନ୍ଦ ନିର୍ବାଚିତ ହୋଇଛନ୍ତି ।ଗତ ୯ ତାରିଖ ନିର୍ବାଚନ ପ୍ରକ୍ରିୟା ଶେଷ ହେବାପରେ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ୨୦୨୧-୨୩ ବର୍ଷ ପାଇଁ ନିର୍ବାଚିତ ପ୍ରତିନିଧି ଙ୍କ ନାମ ଘୋଷଣା କରିଛନ୍ତି ।ସମସ୍ତ ସାମ୍ବାଦିକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସଂଗଠନ କୁ ଅଧିକ ସୁଦୃଢ କରିବା ସହ ସାମ୍ବାଦିକ ଙ୍କ ବୀମା ରାଶିକୁ ୨ ଲକ୍ଷ ରୁ ୫ ଲକ୍ଷ କୁ ବୃଦ୍ଧି କରାଯିବା ଓ ସାମ୍ବାଦିକ ଙ୍କୁ ୨୦ ହଜାର ଟଙ୍କା ପେନସନ ଯୋଜନା ଲାଗୁ କରିବା ପାଇଁ ସରକାର ଙ୍କ ଠାରେ ଦାବି କୁ ଜୋରଦାର କରାଯିବ ବୋଲି ନୂତନ ଦାୟିତ୍ୱ ନେଇଥିବା କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।ନୂତନ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ବରଗଡ଼ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ଼ ଜାବ ଶାଖା ତରଫରୁ ବରିଷ୍ଠ ସଦସ୍ୟ ଭିଷ୍ମ ଦେବ ପଣ୍ଡା , ସୁରେଶ ଦାଶ , ଡ଼ମ୍ବରୁଧର ରଣା,ହେମନ୍ତ ପ୍ରଧାନ, ଡିଗ୍ରିଧର ସାହୁ,ଦୂର୍ଗା ପ୍ରସାଦ ତ୍ରିବେଦୀ ଙ୍କ ସମେତ ଜାବ ସଭାପତି ରବି ନାରାୟଣ ପଣ୍ଡା , ସମ୍ପାଦକ ଯୁଧିଷ୍ଠିର ମହାପାତ୍ର , ସମସ୍ତ ସଦସ୍ୟ କୃତଜ୍ଞତା ଜଣାଇଛନ୍ତି ।ଆସନ୍ତା ଦିନରେ ବରଗଡ଼ ଜିଲ୍ଲାର ଜାବ ଶାଖା କୁ ଆହୁରି ସକ୍ରିୟ କରାଯିବ ବୋଲି ସଭାପତି ପଣ୍ଡା କହିଛନ୍ତି ।