-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲା ସମ୍ବାଦ ସାହିତ୍ୟ ଘର ଗଣିଆ ଶାଖା ଆନୁକୂଲ୍ୟରେ ଗୁରୁବାର ପୂର୍ବାହ୍ନ ରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି | କବି ଦେବୀ ପ୍ରସାଦ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘର ର ସଭାପତି ଆନନ୍ଦ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଦୀପ୍ତି ରଞ୍ଜନ ସାହୁ, କଳାକାର ତଥା ସମାଜସେବୀ ଗିରିଶ ଚନ୍ଦ୍ର ମିଶ୍ର, କବି ପ୍ରଫୁଲ୍ଲ କୁମାର ଦାଶ, କବି ଅମୀୟ କୁମାର ଦାଶ ପ୍ରମୁଖ ମଞ୍ଚାସିନ ଥିଲେ | ଗଣିଆ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମସ୍ତ ଅତିଥି ମାନେ ଜଗନ୍ନାଥ ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟ ସମ୍ପାଦନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | କରୋନା ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମା ର ସଦଗତି ପାଇଁ ଭଗବାନ ଙ୍କ ପାଖରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଛି | ଅଞ୍ଚଳ ର କବି ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସ୍ୱରଚିତ କବିତା ମାନ ପାଠ କରିଥିଲେ | ପଠିତ କବିତା ଗୁଡିକ ସମାଜ ପାଇଁ ବେଶ ପ୍ରେରଣାଦାୟୀ ବୋଲି ମୁଖ୍ୟ ଅତିଥି କବି ମାନଂକୁ ଧନ୍ୟବାଦ ଦେବା ସହିତ ଉତ୍ସାହିତ ମଧ୍ୟ କରିଥିଲେ | ଆଗାମୀ ଦିନରେ ଏହି ସାହିତ୍ୟ ଆସର କୁ ଉନ୍ନତମାନର ଢଙ୍ଗ ରେ କରାଯିବା ପାଇଁ ସଭା ରେ ଆଲୋଚନା ହୋଇଥିଲା | ସମ୍ବାଦସାହିତ୍ୟ ଘର ଗଣିଆ ଶାଖା ତରଫରୁ ସମସ୍ତ ସାହିତ୍ୟ ପ୍ରେମୀ ଙ୍କୁ ଇଂରାଜୀ ନବବର୍ଷ ର ଅଗ୍ରିମ ଅଭିନନ୍ଦନ ବାର୍ତା ପ୍ରଦାନ କରାଯାଇଛି |