-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଜୁନିଅର କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବିନିକା ନିବାସୀ ଶିବ ପ୍ରସାଦ ପାଣିଗ୍ରାହୀଙ୍କ ଗତକାଲି ଅଚାନକ ପରଲୋକ ହୋଇଥିଲା । ଯାହାକି ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଏ ପରିପ୍ରେକ୍ଷୀରେ ଆଜି ସିଦ୍ଧାର୍ଥ କଲେଜ ଠାରେ ସିଦ୍ଧାର୍ଥ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋକସଭାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ,ପ୍ରାଧ୍ୟାପକ ନିରଞ୍ଜନ ପାଣ୍ଡିଆ,ମନୋରଞ୍ଜନ ପ୍ରଧାନ,ଗୋପାଳ କୃଷ୍ଣ ଦାଶ,ଗରିବ ସାଲମା ପ୍ରମୁଖ ଯୋଗଦେଇ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ।ସ୍ବର୍ଗତ ପାଣିଗ୍ରାହୀ ଦୀର୍ଘ ସମୟ ଧରି ଏହି କଲେଜରେ ଅଧ୍ୟାପନା କରିଥିଲେ ଓ ଗତ ୧୯/୫/୨୦୧୯ରୁ ୩୦/୮/୨୦୨୦ ପର୍ଯ୍ୟନ୍ତ ସଫଳତାର ସହ ଅଧ୍ୟକ୍ଷ ଦାୟିତ୍ଵ ତୁଲାଇଥିଲେ ।ସେହିପରି ୪ବର୍ଷ ଧରି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ ରୋଦ କଲେଜରେ ମଧ୍ୟ ଅଧ୍ୟାପନା କରିଥିଲେ । ସଂସ୍କୃତ ଭାଷା ଉପରେ ତାଙ୍କର ଅନାବିଳ ଜ୍ଞାନ ଥିବାରୁ ସେହି ବିଷୟରେ ହିଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେଉଥିଲେ । ଏଥିରେ କଲେଜର ସମସ୍ତ ଷ୍ଟାଫ ଉପସ୍ଥିତ ରହି ସ୍ବର୍ଗତ ପାଣିଗ୍ରାହୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।