-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ବରଗଡ/ଅତାବିରା:-ବରଗଡ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର ସାତ ସ୍ଥିତ କ୍ଲାସ ଓଡିଶା କମ୍ପୁଟର ସେଣ୍ଟରରେ ସ୍ବେଛାକୃତ ରକ୍ତଦାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସେଣ୍ଟର ର ନିର୍ଦେଶକ ଜିତେନ୍ଦ୍ର ଦାସଙ୍କ ଉପସ୍ଥିତିରେ ମୁଖ୍ୟଅତିଥି ଭାବରେ ଅତାବିରା ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଅଶ୍ୱିନୀ ପ୍ରଧାନ ଯୋଗଦେଇଥିବା ବେଳେ ଜିଲ୍ଲା ରେଡ଼କ୍ରସର ପରମାନନ୍ଦ ରଥ, କ୍ଲାସ ଓଡିଶାର ମନୋଜ କୁମାର ବରେଇ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ଅମୃତ ବାରିକ, ନରେନ୍ଦ୍ର ଦାସ ପ୍ରମୁଖ ଅତିଥି ଉପସ୍ଥିତ ରହି ରକ୍ତଦାତା ମାନେ ରକ୍ତଦାନ କରିଥିଲେ | ଏଥିରେ ସର୍ବମୋଟ 40ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବୁର୍ଲା ରକ୍ତଭଣ୍ଡାର ର ଡାକ୍ତର ଆକାଶ ପ୍ରଧାନ, ଲାଲୁ ବିଶ୍ୱାସ, ସୂର୍ଯ୍ୟ ବେହେରା, ଗଣେଶ ପ୍ରଧାନ, ପ୍ରମୋଦ କର ରକ୍ତ ସଂଗ୍ରହ କରିଥିଲେ | ସମସ୍ତ ରକ୍ତଦାତା ମାନଙ୍କୁ ନିର୍ଦେଶକ ଜିତେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମନୋଜ କୁମାର ବରେଇ, ଦୀପ୍ତି ତରିଆ, ଲଷ୍ମୀ ପ୍ରଧାନ, ରିଙ୍କି ପାଇକ, ପୁଷ୍ପାଞ୍ଜଳୀ ବାରିକ, ସତ୍ୟମ ଗେଜୋ, ସୁଧୀର ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ |