-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏହି ଜିଲ୍ଲାର ସର୍ବବୃହତ ଉପଖଣ୍ଡ ଅଟେ lଏହାରି ଅଧିନରେ ଛଅ ଟି ବ୍ଳକ ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ lଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଓଡ଼ିଶା ମାନଚିତ୍ର ରେ ବେଶ ଜଣାଶୁଣା lକିନ୍ତୁ ଦୁଃଖ ର ଓ ପରିତାପର ବିଷୟ ଏହି କି ସରକାର ବାହାଦୁର ବଦଳି ପର୍ବ ଆରମ୍ଭ କରି ଅନେକ ପଦବୀ ପୂରଣ ଦିଗରେ ଯତ୍ନବାନ ନହେବା ଦ୍ୱାରା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି lଗ୍ରାମାଞ୍ଚଳ ଲୋକେ ପଦ୍ମପୁର ସହର କୁ ନ ଆସିଲେ ନଚେଳେ lକାରଣ ସବୁ ଛୋଟବଡ ଦପ୍ତର ଗୁଡିକ ଏଠାରେ ଅବସ୍ଥିତ lଦିର୍ଘମାସ ମାସ ଧରି ପଡିରହିଥିବା ଖାଲି ପଦବୀ ଏ ଯାବତ୍ ପୁରଣ ହୋଇପାରିନାହିଁ lସେ ଗୁଡିକ ହେଲା ୧-ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ଅଧିକାରୀ (S.D.P.R.O),ସବଡିଭିଜନାଲ ପଞ୍ଚାୟତରାଜ ଅଫିସର,ସବ ରେଜିଷ୍ଟ୍ରାର,ସବଡିଭିଜିନାଲ ସୋସିଆଲ ସିକ୍ୟୁରିଟି ଅଫିସର, ଲେବର ଇନିସିପେକ୍ଟର/ଅଫିସର, ଆସିଷ୍ଟାଣ୍ଟ କଲେକ୍ଟର,ଏମ୍ପୋମେଣ୍ଟ ଅଫିସର, ସପ୍ଲାଏ
ଇନିସିପେକ୍ଟର, ଆରଏମସି ସେକ୍ରେଟାରୀ lଏମିତି ଯଦି ଦିର୍ଘଦିନ ଧରି ପଦବୀ ଖାଲି ହୋଇ ରହିବ ତେବେ ସରକାରୀ କାର୍ଯ୍ୟକ୍ରମ ଚାଲିବ କେମିତି ବୋଲି ମାନ୍ୟବର ବରଗଡ ସାଂସଦ ଶ୍ରୀମାନ ସୁରେଶ ପୂଜାରୀ ଙ୍କ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ତାଙ୍କ ପ୍ରତିକ୍ରିୟାରେ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି lଏ ସମ୍ପର୍କରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ,ଏସଟି ସେକ୍ରେଟାରୀ ଓଡ଼ିଶା ସରକାର,ଚିପ ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ ଅବଗତି ନିମନ୍ତେ ଲିଖିତ ଭାବେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମାନ ତ୍ରିଲୋଚନ ପାତ୍ର ଙ୍କୁ ଜଣାଇଛନ୍ତି l