-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ପଦ୍ମପୁର:-ସ୍ଥାନୀୟ ଥିଏଟର ଆର୍ଟିଷ୍ଟ ଗ୍ରୁପ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ମ୍ୟୁଜିକ ଆଲବମ ଗାଲ ଗୁଲାବି ୟୁଟ୍ୟୁବ ର ଡିଜିଟାଲ ପ୍ଲାଟଫର୍ମ ରେ ମୁକ୍ତିଲାଭ କରିଛି l ମାତ୍ର ୨୪ ଘଣ୍ଟାରେ ୨୦ ହଜାର ଦର୍ଶକ ଏହି ଆଲବମ କୁ ଦେଖି ସାରିଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ ।ଏହି ଆଲବମ ରେ ମନିଷ ରଥ ଏବଂ ଜୁବୁଲୀ ପଣ୍ଡା ଅଭିନୟ କରିଛନ୍ତି lଗୀତ ରଚନା ପ୍ରେମ ତାଣ୍ଡି କରିଥିବାବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତରୁଣ ମହାରଣା lକଣ୍ଠଦାନ କରିଛନ୍ତି ସୁବ୍ରତ ଦାଶ ଓ ଜାଗୃତି ମିଶ୍ର lନିର୍ଦ୍ଦେଶନା ପ୍ରିତୀ ମିଶ୍ର ଦେଇଥିବାବେଳେ, ସହାୟତା କରିଛନ୍ତି ଖେମେଶ୍ୱର ବେହେରା,ଏଥି ସହିତ ନୃତ୍ୟ ସଂଯୋଜନା ଦାୟିତ୍ୱ ତୁଲାଇଛନ୍ତି ପିଙ୍କୁ ମହାନନ୍ଦ lଆଲବମ ଟି ବେଶ ଦର୍ଶକ ଙ୍କ ଠାରେ ସ୍ଵୀକୃତି ପାଇବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଆଶା ପ୍ରକଟ କରାଯାଇଛି l