-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ସୁବର୍ଣ୍ଣପୁର - ସୋନପୁର ରୟାଲ ପଡିଆ ଠାରେ ରୟାଲ ସ୍ପୋର୍ଟିଂ ଦ୍ୱାରା ଆୟୋଜିତ ନବମ ସୃଜନ ନାଗ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଝାରସୁଗୁଡା ବେଲ ପାହାଡ଼ ଦଳ କୁ ୪-୨ ଗୋଲ ରେ ହରାଇ ସୋନପୁର କଳାପଥର ଦଳ ଚମ୍ପିୟନ ହୋଇଛି l ସମ୍ବଲପୁର ଚାରଭାଟି, ସୋନପୁର ଇଲେଭେନ ଷ୍ଟାର, ବି ଏସ ଏଫ ସୋନପୁର, ବୌଦ୍ଧ, ବଲାଙ୍ଗୀର, ସୋନପୁର କଳାପଥର, ଓ ବରଗଡ ଦଳ ସମେତ ସମୁଦାୟ ଆଠ ଗୋଟି ଦଳ ଏଥିରେ ଭାଗ ନେଇଥିବା ବେଳେ ଯୁବ ସଂଗଠକ ରାକେଶ ନାଗ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଉଦଯାପନୀ ଉସ୍ସବ ଓ ଟୁର୍ନାମେଣ୍ଟ ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା l ଆଜିର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ବ୍ୟବସାୟୀ ଗୁଣ ନିଧି ମେହେର, ଯୁବ ନେତା ଅରବିନ୍ଦ ବାରିକ, ପୁରୁଷୋତ୍ତମ ପାଣିଗ୍ରାହୀ, ସୁରଥ ମିଶ୍ର, ଅଶୋକ ଜେନା, ଯୁବ ଉଦ୍ୟୋଗୀ ଜୟ କୃଷ୍ଣ ସା , ମାମୁଲି ମିଶ୍ର, ଜଳନ୍ଧର ଦୀପ,
ଶ୍ରୀରାମ ସୁନା, କାଳିଆ ବେହେରା, ପ୍ରମୁଖ ଯୋଗ ଦେଇ ଉଭୟ ଦଳ ର ଖେଳାଳୀ ପୁରସ୍କୃତ କରି ଖେଳାଳୀ, ଆୟୋଜକ ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ଆଜିର ମ୍ୟାଚ କୁ ମୁଖ୍ୟ ରେଫରୀ ଭାବେ ସୁଦାମ ଜଗଦଲl, ଜଗତ ଜଗଦଲା, ନନ୍ଦୁ ନାଏକ, ଚତୁର୍ଥ ରେଫରୀ ଭାବେ ପ୍ରଶାନ୍ତ ସେଠି, ଚୂଡ଼ାମଣି, ପରିଚାଳନା କରିଥିବା ବେଳେ ବେଷ୍ଟ ଡିଫେନ୍ସ ଭାବେ ସ୍ୱାଧୀନ,ବେଷ୍ଟ ଗୋଲ କିପର ଭାବେ ଦୀପକ, ବେଷ୍ଟ ମିଡ଼ ଫିଲ୍ଡ ଭାବେ ସୁମିତ, ଓ ହିରୋ ଅଫ ଦି ମ୍ୟାଚ ଭାବେ ରାହୁଲ ସୁନା, ଓ ବେଷ୍ଟ ଉଇଙ୍ଗର ଭାବେ ଭରତ ମୁଣ୍ଡାଙ୍କ ସମେତ ସମସ୍ତ ରେଫରୀ ମାନଙ୍କୁ ମଧ୍ୟ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଆୟୋଜକ ରୟାଲ ସ୍ପୋର୍ଟିଂ କ୍ଲବ ର ମଣ୍ଟୁ ବାରିକ, ଟୁନୁ ବାଗ, ରବି ମୁଣ୍ଡା, ସଞ୍ଜୟ ଭଣ୍ଡ, ଷlଣ୍ଢ, ନଟିଆ ମୁଣ୍ଡା, ଟୁନା ଛାତ୍ରିଆ, ଲିଟୁ ମାଝୀ, ଉପେନ୍ଦ୍ର ସୁନା, ଗଣେଶ ବାରିକ, ସୁରଜ ବାରିକ, ତାରାକାନ୍ତ ସୁନା ପ୍ରମୁଖ ସହଯୋଗ କରିଥିଲେ l