-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ବଲାଙ୍ଗିର(ପ୍ରେରଣା ଖବର) : ଆସନ୍ତା କାଲି ଜାନୁୟାରୀ 10 ତାରିଖ ସନ୍ଧ୍ୟା 5 ଟା ସାମୟରେ ବଲାଙ୍ଗିର ସହର ଗାନ୍ଧୀ ଛକ୍ (ଟିକରାପଡ଼ା) ରେ ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସ ବିକ୍ରମ ହାଇଟସ୍ ର ଶୁଭାରମ୍ଭ ହେବାକୁ ଯାଉଛି l ଏଥିରେ ମୁଖ୍ୟ ଅତିଥି ଭବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ଫିତା କାଟି ଏହି ସପିଂ ମଲ୍ କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି l କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇ ଏହି ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ l ଏହି ସପିଂ ମଲ୍ ର ଉଦଘାଟନୀ ସମାରୋହରେ ଯୋଗ ଦେଇ ଉତ୍ସାହିତ କରିବାକୁ ବିକ୍ରମ ହାଇଟସ୍ ର ସତ୍ୱାଧିକାରୀ ଙ୍କ ପକ୍ଷରୁ ଅନୁରୋଧ କରାଯାଇଛି l