-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ପାଟଣାଗଡ଼(ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଯୋଗୀମୁଣ୍ଡା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ କୋଶଳିଆ ମାଲି ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିଛନ୍ତି। ଏବଂ କୁଶଳେଶ୍ବର ମାଲି ସମାଜ ଭବନ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇ ଭୂମି ପୂଜନ
କରିଥିଲେ। ଏବଂ ସମାଜର ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ପାଇଁ କହିଥିଲେ।ସମ୍ମାନୀତ ଅତିଥି ଭାବେ ଗଣ୍ଡାରାମ
ବେହେରା,ହିମାଞ୍ଚଳ ପ୍ରଧାନ ଏବଂ ଯୁବରାଜ ମେହେର ଯୋଗଦେଇଥିବା ବେଳେ ଏଥିରେ ଯୁଗିମୁଣ୍ଡା ଅଞ୍ଚଳ ସଭାପତି ନିତାଇ ପୁଟେଲ ଉପ ସଭାପତି ଲିଙ୍ଗରାଜ ପୁଟେଲ ସମ୍ପାଦକ ଭେଳାସାଗର ପୁଟେଲ ସହ ସମ୍ପାଦକ ଯଦୁମଣି ପୁଟେଲ ସମୀକ୍ଷକ ନାରାୟଣ ପୁଟେଲ ଉପସ୍ଥିତ ଥିଲେ। ତ୍ରିନାଥ ପୁଟେଲ ଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ସମାପନ ହୋଇଥିଲା ।