-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ ) ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର୍ ଗ୍ରାମ ପଞ୍ଚାୟତ ର ତେଲପାଳି ଗାଁ ର କନ୍ଧବିଦ୍ୟାପୀଠ ଖେଳ ପଡିଆ ଆନୁକୁଲ୍ୟରେ ୬ ଦିନ ଧରି ଚାଲିଥିବା ୧୨ ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ତୃତୀୟ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆମ୍ ଆଦମୀ ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର ଯୋଗଦେଇ କାର୍ଯ୍ୟ କୁ ଆଗେଇ ନେଇଥିଲେ। ଏବଂ ସମ୍ମାନୀତ ଅତିଥି ରମାକାନ୍ତ ବେହେରା,ସୁବାଷ୍ ରଣା,ଲଲିତ ରଣା, ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିଲେ। ଅମ୍ପେୟାର ଦାୟିତ୍ଵ ରେ ଅନିତ୍ ପଧାନ, ବୃନ୍ଦାବନ ନାଗ କାର୍ଯ୍ୟ ତୁଲାଉଥିବା ବେଳେ କମିଟି ର ପୁରୁବା ପଧାନ, ମିଥୁନ ମଟାରି, ସୁନିତ୍ ପଧାନ ,ଦୟାନନ୍ଦ ବାରିକ,ଅଶୋକ ମଟାରି,ସନନ୍ଦ ଦେହେରିଆ ଆଦି ସହଯୋଗ କରୁଥିବା ଜଣାପଡିଛି। ଖେଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ କରୋନା କଟକଣା ମାନି ରହି ଚଲିବା ପାଇଁ ମୂଖ୍ୟ ଅତିଥି ପରାମର୍ଶ ଦେଇଛନ୍ତି। ଏବଂ ଖେଳାଳି ମାନଙ୍କ ସହିତ ସାକ୍ଷାତ କରି ଆଗକୁ ଆହୁରି ସୁନ୍ଦର ଖେଳିବା ପାଇଁ ପ୍ରେରଣା ଦେଇଥିଲେ। ଆଜି ର ମ୍ୟାଚଟି ତେଲେନପାଳି ଓ ଅର୍ଜୁନପୁର୍ ମଧ୍ୟରେ ହୋଇଥିଲା। ତେଲନପାଳି ଦଳ ପ୍ରଥମ ବେଟିଂ କରି ୮ ୱିକେଟ ହରାଇ 10 ଓଭର଼ ରେ ୯୦ ରନ୍ ସଂଗ୍ରହ କରିଥିଲେ ଏବଂ ଦ୍ଵିତୀୟ ପାରି ରେ ଅର୍ଜୁନପୁର୍ ଦଳ ୮ ଓଭର ରେ ୱିକେଟ୍ ବିନିମୟ ରେ 91 ରନ୍ ସଂଗ୍ରହ କରି ମ୍ୟାଚ କୁ ଜିତି କ୍ୱାଟର ଫାଇନାଲ କୁ ପହଞ୍ଚିଛନ୍ତି।