-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ପଦ୍ମପୁର :- ମହାମାରୀ କରୋନା ସମଗ୍ର ବିଶ୍ୱ ରେ ତାର କାୟା ବିସ୍ତାର କରିଚାଲିଛି lପୁଣିଥରେ ସମଗ୍ର ଓଡ଼ିଶାରେ ତାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି l ସଂକ୍ରମଣ କୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରି ଦେଇଥିବା ସ୍ଥଳେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ତଥା ବଦାନ୍ୟ ବ୍ୟକ୍ତି ମାନଙ୍କର ତତ୍ପରତା ବୃଦ୍ଧି ପାଇବାରେ ଲାଗିଛି । ଆଜି ଶାସକ ପ୍ରଶାସକ ଙ୍କ ପ୍ରଚେଷ୍ଟା ରେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ସହାୟତାରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପବିତ୍ର ପୀଠ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ପୁରୁଷୋତ୍ତମ ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ
ଶ୍ରୀ ରମେଶ ବାରିକ ଙ୍କ ଦ୍ୱାରା କରୋନା ସଚେତନତା ସହିତ ମନ୍ଦିରକୁ ଆଇଥିବା ଶ୍ରଦ୍ଧାଳୁ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ତୀର୍ଥଯାତ୍ରୀ ମାନଙ୍କୁ କରୋନା ନିୟମ ପାଳନ କରିବା ସହିତ ସବୁବେଳେ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ପାଳନ ଇତ୍ୟାଦି କୋଭିଡ ଗାଇଡ ଲାଇନ ପାଳନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା । ଜନସାଧାରଣ ଙ୍କର ସୁରକ୍ଷା ସକାଶେ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମ ପାଇଁ ପଲ୍ଲୀ ଆଲୋକ ପାଠାଗାର ର ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ପ୍ରଧାନ ଙ୍କ ସମେତ ସାମ୍ବାଦିକ ଶ୍ରୀମାନ ବାରିକ ଙ୍କ ଏ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ଅଟେ l