-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ) : କୁଲତା ସମାଜ ସମ୍ବଲପୁର ପକ୍ଷରୁ ଆଜି ୨୦୨୨ ବର୍ଷର ରାମଚଣ୍ଡୀ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି I ଏହି କ୍ୟାଲେଣ୍ଡର୍ରେ କୁଲତା ସମାଜର ପର୍ବ ପର୍ବାଣୀ, ବିବାହ ଲଗ୍ନ, ଦେବୀ ପୀଠ ଗୁଡିକର ପୂଜା ଵିଧି ସମ୍ପର୍କରେ ତିଥିବାର ସହିତ ତାରିଖ ସ୍ଥାନ ପାଇଛି I ବିଗତ ୩ ବର୍ଷ ଧରି ଏହି କ୍ୟାଲେଣ୍ଡର ବରଗଡ଼ ଜ଼ିଲ୍ଲା ଅତାବିରା ବ୍ଲକ ରେଙ୍ଗାଲପାଲି କେମ୍ପ ନିବାସୀ ସୁବାସ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରକାଶ ପାଇ ଆସୁଛି I ଆଜି ସ୍ଥାନୀୟ ରାମଚଣ୍ଡୀ ସେବାସଦନ ଦାନୀପାଲି ଠାରେ କୋଭିଡ ନିୟମକୁ ଦୃଷ୍ଟିରେ ରଖି ସୀମିତ ସଦସ୍ୟଙ୍କ ଉପସ୍ଥିତିରେ ଏହା ଉନ୍ମୋଚନ କରାଯାଇଥିଲା I ଏହି ଅବସରରେ କୁଲତା ସମାଜ ସମ୍ବଲପୁର ସାଧାରଣ ସମ୍ପାଦକ ଦେଵାତ୍ତମ ପ୍ରଧାନ, ହାରାଧନ ପ୍ରଧାନ, ହୃଷିକେଶ ବଢ଼େଇ, ଜଟା ଭୂଷଣ ସାହୁ, ଚୂଳ ଧର ପ୍ରଧାନ, ସୁପ୍ରଭା ପ୍ରଧାନ, ନିର୍ମଳ ପ୍ରଧାନ, ଛେଲିଆ ପ୍ରଧାନ, ମୁରଲୀ ପ୍ରଧାନ, ଦେବଦତ୍ତ ସାହୁ, ସରୋଜ ପ୍ରଧାନ, ଦେବୀପ୍ରସାଦ ଭୋଇ, ଲଷ୍ମଣ ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, କ୍ଷୀରୋଦ ପ୍ରଧାନ, ଅକ୍ଷୟ ପ୍ରଧାନ, ହେମକାନ୍ତ ସାହୁ , ଭବାନୀ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I