-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ବଲାଙ୍ଗୀର(ପ୍ରେରଣା ଖବର) : ସ୍ବାର୍ଥ ସର୍ବସ୍ବ ଆଜିର ସମାଜରେ ମଣିଷ କୁ ଭଲ ପାଇବା ପୁରା ପୁରି ସରିଯାଇନାହିଁ । ଆଜି ବି ରକ୍ତ ର ସଂପର୍କ ବିନା ବି ମଣିଷ ମଣିଷ କୁ ଭଲ ପାଉଛି ।ସାହାଯ୍ୟ କରୁଛି ବିପଦ ଆପଦରେ। କୋରୋନାର ବିଭିନ୍ନ ଲହରରେ ମଣିଷ ର ମାନବିକତା ଜାଗି ଉଠିଥିବା ଦେଖାଯାଇଛି । ଅନ୍ଧାର ଭିତରେ ଆଲୁଅର କ୍ଷୀଣ ରେଖାଟିଏ ଦିଶୁଛି ବୋଲି ତ ମଣିଷ ବଂଚିଛି। କୋଭିଡ ଆମକୁ ଜୀବନ ବଂଚିବାକୁ ବିଭିନ୍ନ ମାର୍ଗ ଓ ଜୀବିକା ର ପନ୍ଥା ଦେଖାଦେଇଛି । କିଛି ଯୁବକ ଯୁବତୀ, ଛାତ୍ର ସାଙ୍ଗ ଭାବରେ ପରସ୍ପର ସହ କଥା ହୋଇ କୋଭିଡ ର ବର୍ତ୍ତମାନ ସ୍ଥିତିରେ ନିଜର ଭୂମିକା ନିଜେ ସ୍ଥିର କରି ଆଗେଇ ଆସିଛନ୍ତି ଅନାଥ ମାନଙ୍କୁ ସାର୍ମର୍ଥ୍ୟ ପ୍ରଦାନ ପାଇଁ ଓ ସମାଜରେ ଏକ ସମତୁଲତା ବଜାୟ ରଖିବା ପାଇଁ । ସ୍ବରୂପ
ନାୟକଙ୍କ ନେତୃତ୍ବରେ ତପସ୍ବିନୀ ପଟନାୟକ, ଅଭିଷେକ ସାହୁ, ସ୍ବସ୍ତିକ ମେହେର ,ଅସ୍ମିତା ସାହୁ, ପ୍ରଶାନ୍ତ ସାହୁ ଓ ବ୍ରଜକିଶୋର ରୋଶନଲାଲ ପଧାନ ଆଜି ପଥରଚେପା ସ୍ଥିତ ପାର୍ବତୀ ଗିରି ବାଲ୍ ନିବେଦନ ପହଞ୍ଚି ସେଠିକାର ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ର ମାସ୍କ,ସାନିଟାଇଜର ଓ ଶୁଖିଲା ଖାଦ୍ୟ ଅନୁଷ୍ଠାନ ର ତତ୍ବାବଧାରକ ଙ୍କୁ ହସ୍ତାନ୍ତର କରିଛନ୍ତି । ଯୁବକ ଯୁବତୀ ମାନେ ଏଥିପାଇଁ ନିଜ ପାଣ୍ଠି ରୁ ଅର୍ଥ ଖର୍ଚ କରି ଏକ ଆତ୍ମସନ୍ତୋଷ ପାଇଥିବା ଆଗାମୀ ସମୟରେ ଏପରି କାର୍ଯ୍ୟ କରିବାକୁ ସେମାନେ ନିଶ୍ଚୟ ଉଦ୍ୟମ କରିବେ ବୋଲି କହିଛନ୍ତି ।