-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଶ୍ରୀକ୍ଷେତ୍ର ପୁରୀ କୁ ବସ ସେବା ନେଇ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ବପ୍ନକୁ ମାନ୍ୟବର ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍ଘାଟନ କରି ବା ସାରା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଛି । ଗତକାଲି ସନ୍ଧ୍ୟାରୁ ଯାତ୍ରୀଙ୍କୁ ଧରି ପାତାଳୀ ଶ୍ରୀକ୍ଷେତ୍ରରୁ ବାହାରି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାଉଥିବା ଏହି ବସ ରାତି ସାଡେ ୮ ଟା ରେ ବିନିକା ବସଷ୍ଟାଣ୍ଡ କୁ ପହଞ୍ଚିବା ପରେ ବସ ଯାତ୍ରୀ ମାନଙ୍କୁ ବିନିକା ବାସୀଙ୍କ ତରଫରୁ ଫୁଲମାଳ ପିନ୍ଧାଇ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହା ସହିତ ସୁରକ୍ଷିତ ଯାତ୍ରା ପାଇଁ ଗାଡ଼ି ଚାଲକଙ୍କୁ ପରାମର୍ଶ
ଦିଆଯାଇଥିଲା ।ଅନୁଷ୍ଟିତ ଏହି ସ୍ଵାଗତ କାର୍ଯ୍ୟକ୍ରମରେ ବିଜେଡ଼ି ନଗର ସଭାପତି ସୋମନାଥ ମିଶ୍ରଙ୍କ ସମେତ ସୁଧାଂଶୁ ଶେଖର ଦାଶ,ଟଙ୍କଧର ମେଲ୍ଲି,ଲବ କୁମାର ମାହାଣା,ପୀତବାସ ମେହେର,ହାଡୁ ମେହେର,ଦୀନବନ୍ଧୁ ମେହେର,ସୁଧୀର ଭେସରା,ରବୀନ୍ଦ୍ର ହୋତା,ବିନୋଦ ବିହାରୀ ନାଏକ,ସନ୍ତୋଷ ସାମନ୍ତରାୟ,ମୁନତାଜ ପଣ୍ଡା,ବିଶେଶ୍ୱର ସେଠୀ,ସୁବାସ ଭୋଇ,ବିଜୟ ବରେଇ,ଧବଳେଶ୍ଵର ହାତୀ,ବୁଲୁ ଦଣ୍ଡିଆ ପ୍ରମୁଖଙ୍କ ସମେତ ଅଞ୍ଚଳର ଜନସାଧାରଣ ଏଥିରେ ସାମିଲ ହୋଇଥିଲେ ।