-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Jan-2022
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) : ଅପରାଧୀ ଯେତେ ଚାଲାକ ହେଉ, ଦିନେ ନା ଦିନେ ଆଇନ ହାତରେ ପଡିବା ସୁନିଶ୍ଚିତ । ଏହାର ସ୍ପଷ୍ଟ ଉଦାହରଣ ମିଳିଛି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନାରେ । ସୂଚନା ଅନୁଯାୟୀ ଟିଟିଲାଗଡ଼ ହାଟପଦା ପଡ଼ାର ସଞ୍ଜୟ ବେହେରା ନାମକ ଜଣେ ଯୁବକ ଦୀର୍ଘ ଦିନ ଧରି ନିଖୋଜ ହୋଇଯାଇଥିଲା । ଏ ନେଇ ଟିଟିଲାଗଡ଼ ଥାନାରେ ଏକ ନିଖୋଜ ମାମଲା ରୁଜ୍ଜୁ ହୋଇଥିଲା । ମାମଲା ରୁଜ୍ଜୁ ହେବା ପରେ ପୋଲିସ ତାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ଉକ୍ତ ନିଖୋଜ ସଞ୍ଜୟର ସାନଭାଇକୁ ତଦନ୍ତ ପରିସର ଭୁକ୍ତ କରି ଜାଣିବାକୁ ପାଇଲେ ଯେ ସେ ନିଜେ ଟିଟିଲାଗଡ଼ରୁ ପାଞ୍ଚ କିମି ଦୂର ଝାରଦେବନ୍ଧ ଜଙ୍ଗଲରେ ହତ୍ୟା କରି ପୋତି ଦେଇଛି । ଥାନା ଅଧିକାରୀ ରଞ୍ଜନ ବରିହା ଅଭିଯୁକ୍ତକୁ ନେଇ ସବ ଉଦ୍ଧାର କରି କୋର୍ଟ ଚାଲାଣ କରିଥିବା ବେଳେ ସେ ବର୍ତ୍ତମାନ ଜେଲ ରେ ଅଛି । ଉକ୍ତ ଅଭିଯୁକ୍ତର ଅନ୍ୟ ସହଯୋଗୀ ମାନେ ଫେରାର ଥିବା ଓ ସେ ନିଜେ ତାର ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ମୃତ ପିତା ଗିଦଲି ବେହେରାଙ୍କ ଏଲ ଆଇ ସି ତଥା ଅନ୍ୟ ସମସ୍ତ ୧୫ ଲକ୍ଷ ଟଙ୍କା ପାଇଁ ଅନ୍ୟ ସହଯୋଗୀଙ୍କ ସହ ସୁଚିନ୍ତିତ ଯୋଜନା ରଚିଥିଲା । ହେଲେ ଉକ୍ତ ଅଭିଯୁକ୍ତ ତଥା ଅନ୍ୟ ସହଯୋଗୀଙ୍କ ମଧ୍ୟରେ ଟଙ୍କା ଭାଗବଣ୍ଟା ନେଇ ବଚସା ସୃଷ୍ଟି ହୋଇଥିଲା । ସେହିପରି ଉକ୍ତ ଅଭିଯୁକ୍ତର ହାଟପଦା ପଡ଼ା ସ୍ଥିତ ଘର ନିକଟରେ ଭଡାରେ ରହୁଥିବା ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ସହ ହତ୍ୟା ନେଇ ଅନ୍ୟ ସହଯୋଗୀ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରିଥିବା ଓ ଯଦି ତାର ମୃତ ପିତା ର ସମସ୍ତ ଟଙ୍କା ନ ଦେଲେ ପୋଲିସରେ ଭିଡିଓ ଦେଇ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଅନିଚ୍ଛା ସତ୍ୱେ ନିଜ ବଡ଼ ଭାଇକୁ ତାଙ୍କ ସହ ଯୋଜନାବଦ୍ଧ ଭାବେ ହତ୍ୟା କରି ଜଙ୍ଗଲରେ ମାଟି ରେ ପୋତିଦେଇଥିଲେ । ହେଲେ ଏତିକି ରେ ଘଟଣା ସରିବା ବଦଳରେ ଥାନାରେ ନିଜେ ଯାଇ ଆତ୍ମସମର୍ପଣ କରିବାକୁ କହି ହାଇକୋର୍ଟ ରୁ ଆଗୁଆ ଜାମିନ ଆବେଦନ କରିଦେବୁ ଓ ତାଙ୍କର ଥିବା ଏକ ଜମି କୁ ୭ ଲକ୍ଷ ଟଙ୍କାରେ ବିକ୍ରି କରି ଜେଲ ରୁ ବାହାରିବା ମାତ୍ରେ ଆଉ ୫ ଲକ୍ଷ ତୁ ଏକୁଟିଆ ନେଇଜିବୁ ବୋଲି କହିଥିଲେ ବୋଲି ଶେଖ ଇସମାଇଲ(ଛଦ୍ମନାମ) ନାମକ ଜଣେ ଯୁବକ ଆମ ନିକଟରେ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଜେଲରେ ଥିବା ମୃତ ସଞ୍ଜୟର ସାନ ଭାଇର ଅନ୍ୟ ଫେରାର ଜଣେ ସହଯୋଗୀ ଉପେନ୍ଦ୍ର ବାରିକ(ବ-୨୭) ଆଜି ଶନିବାର ଟିଟିଲାଗଡ଼ ଥାନାରେ ପୋଲିସ ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି । ପୋଲିସ ପାଇଁ ଦୁଇ,ଦୁଇ ଟି ହତ୍ୟାକାଣ୍ଡ ମାତ୍ର କିଛି ମାସରେ ଘଟିବା ଓ ଯୋଜନାବଦ୍ଧ ଅପରାଧିକ କାର୍ଯ୍ୟକଳାପ ନେଇ ଟିଟିଲାଗଡ଼ ପୋଲିସ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ପାଲଟିଥିଲା । ସିସି ଟିଭି ଫୁଟେଜ ଉପଯୁକ୍ତ ବୟାନ, ସାକ୍ଷୀ ଆଦି ରେ ପୋଲିସ ସାମ୍ନାକୁ ନ ଆସିବା ଏପରିକି କୌଣସି ପ୍ରକାର ସାହାଯ୍ୟ ନ ମିଳିବା ସତ୍ୱେ ରହସ୍ୟ ଉନ୍ମୋଚନ ବାସ୍ତବିକ ପ୍ରଶଂସନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ସେହିପରି ପ୍ରକୃତ ରହସ୍ୟ ଉନ୍ମୋଚନ ସହ ଅଟକ ଅଭିଯୁକ୍ତ ଶ୍ରୀ ବାରିକ ନିକଟରୁ ଆହୁରି ସବିଶେଷ ତଥ୍ୟ ସଂଗ୍ରହ ଜାରି ରଖିଥିବା ବେଳେ ପୋଲିସ ତଦନ୍ତ ଚାଲିଥିବା ବେଳେ ସବିଶେଷ ସୂଚନା ଦିଆଯାଇ ନାହିଁ । ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଭାଇ ହେଲା ଭଗାରୀ ଖବରର ପ୍ରକୃତ ରହସ୍ୟ ଓ ସତ୍ୟାସତ୍ୟ ଉନ୍ମୋଚିତ ହେବା ନେଇ ସାଧାରଣ ଅପେକ୍ଷାରତ ଅଛନ୍ତି ।