-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ବୀରମହାରାଜପୁର, ( ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ କେଉଟିପାଲି ମହାନଦୀ କୂଳରେ ଥିବା ଖେଳପଡିଆରେ ପ୍ରଥମ ମାଁ ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିନରେ ପ୍ରଥମ ମ୍ୟାଚର ଅନୁଷ୍ଠିତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ପୂବତନ ସମିତି ସଭ୍ଯ ଗଣପତି ପଣ୍ଡା ଓ ସମାଜସେବୀ ମହାକୁର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଜଟେସିଂହା ବଜରଙ୍ଗ ଦଳ ସହ କେଉଟିପାଲି ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କେଉଟିପାଲି ଦଳ ୮ ଓଭରରେ ୫ ଉଇକେଟ ବିନିମୟରେ ୭୩ ରନ କରି କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲେ । ସେହିପରି ଚନ୍ଦଲୀ ଓ ଜଟେସିଂହା ଆସି ୱାରିଅର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଜଟେସିଂହା ଦଳ ସମସ୍ତ
ଉଇକେଟ ହରାଇ ୫୭ ରନ କରି ବିଜୟ ହୋଇଥିଲା । ତୃତୀୟ ଫର୍ମାଟ ରେ କେଉଟିପାଲି ଓ ଜଟେସିଂହା ୱାରିଅର ଅନୁଷ୍ଠିତ ହୋଇଥିଲା ।ଏଥିରେ କେଉଟିପାଲି ପାଲି ଦଳ ୮ ଉଇକେଟ ବିନିମୟରେ ୮୯ ରନ କରି ସେମିଫାଇନାଲ କୁ ଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଲୁତୁରପଙ୍କ ସମିତିସଭ୍ଯ ଲବ କୁମାର ସାହୁ ଓ କ୍ରୀଡାବିତ ଅମେରଶେ ଚନ୍ଦ୍ର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରକାଶ ବେହେରା ଓ ସୁଧିର କୁମାର ମିଶ୍ର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଝାଣ୍ଟିୁ
ବେହେରା, ରଞ୍ଜନ ମିଶ୍ର ଖେଲ ପରିଚାଳନା କରିଥିବା ବେଳେ ସ୍କୋର ରେ କୁନୁ ମିଶ୍ର ଦାଇତ୍ବ ନିର୍ବାହ କରିଥିଲେ । ସୁଧୀର ମିଶ୍ର ଧରାବିବରଣୀ ପ୍ରଦାନ କରିଥିବା ବେଳେ ବଶିଂ ବେହେରା, ସୀତାରାମ ବେହେରା, ପ୍ରକାଶ ବେହେରା, ଦିନବନ୍ଧୁ ବେହେରା, ରାଜା ମିଶ୍ର,ପ୍ରମୋଦ ପାତ୍ର ,କୁନୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।