-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ବଲାଙ୍ଗିର,- ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ସଭାପତି ଗିରିଧାରୀ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସଭାପତି ବ୍ରାହ୍ମଣ ସମାଜର ବିଭିନ୍ନ ସମସ୍ୟା ଉପରେ ସଭ୍ୟମାନଙ୍କୁ ଆଲୋକପାତ କରିଥିଲେ । ବିଶେଷତଃ ସମାଜର ଉନ୍ନତି କଳ୍ପେ ଓ ସମାଜକୁ ଏକତ୍ରିତ କରିବା ପାଇଁ ଆଲୋଚନା ହୋଇଥିଲା ଏବଂ ସମସ୍ତ ବ୍ରାହ୍ମଣ ପରିବାରଙ୍କ ଏକ ଜନଗଣନା କରିବାକୁ ସ୍ଥିର ହୋଇଥିଲା । ଏହା ବ୍ୟତିତ ବ୍ରାହ୍ମଣ ସମାଜର ଆର୍ଥିକ ସମ୍ବଳ ନଥିବା ଗରିବ ବ୍ରାହ୍ମଣ ପିଲାଙ୍କୁ ବ୍ରତୋପନୟନ କରିବାକୁ ସ୍ଥିର କରାଗଲା । ବ୍ରାହ୍ମଣ ସମାଜର ନିଜସ୍ୱ ସଭାଗୃହ ନ ଥିବାରୁ ଏଥି ପାଇଁ ସଭ୍ୟମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ନେଇ ଏକ ସଭାଗୃହ ନିର୍ମାଣ କରାଯିବାକୁ ମତପ୍ରକାଶ ପାଇଥିଲା । ଏହି ସଭାରେ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ସତ୍ୟବନ୍ତ ବେଦବାକ, ଜୟକୃଷ୍ଣ ଦାଶ ଶର୍ମା, ନିଳମଣି ମିଶ୍ର, ଉପସଭାପତି ଗୋପବନ୍ଧୁ ପୁରୋହିତ, ସଂପାଦକ ରଘୁନାଥ ମିଶ୍ର, ପ୍ରଭାକର ମିଶ୍ର, ଶ୍ରୀବତ୍ସ ମିଶ୍ର, ମନୋରଂଜନ ମିଶ୍ର, ଲକ୍ଷ୍ମୀ ଚାନ୍ଦ ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।