-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ କାକଣପଡା ଓ କୁକୁଡ଼ା ବାହାଲି ଗ୍ରାମରେ ଶୁକ୍ରବାର ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଉଭୟ ଗ୍ରାମର ୩୫ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା , ସେଥିମଧ୍ୟରୁ ୯ ଜଣଙ୍କୁ ଅଧା ଦାମରେ ଚଷମା ପ୍ରଦାନ କରାଯାଇଥିଲା । ଏହି ଶିବିରଟି ୟୁଥ୍ ଫର ସେବା , କେୟାର ନେତ୍ରମ , ରେଢ଼ାଖୋଲ କୃଷକ ଉଦପ୍ପାଦକ ସଂଘ ପକ୍ଷରୁ ଆୟୋଜନ କରାଯାଇଥିଲା । ଶିବିରଟି ଦିବ୍ୟପ୍ରସାଦ ନାଏକ ଓ ଦେବେନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସୋଇଥିବାବେଳେ ଏଥିରେ ଅନୁଷ୍ଠିତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।