-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ବଲାଙ୍ଗିର,ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ସଭା ସଭାପତି ନିଳମଣି ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଯେଉଁ କର୍ମଚାରୀମାନେ ତାଙ୍କର ଅବସରକାଳିନ ପେନସନ ପାଇନାହାନ୍ତି ଉକ୍ତ ସମସ୍ୟାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀ ପତ୍ରାଳାପ କରିବା ପାଇଁ ସଭାରେ ସ୍ଥିର ହେଲା । ସରକାରଙ୍କ ଦ୍ୱାରା ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ଭତ୍ତା ଦିଆଯିବାକୁ ସରକାରଙ୍କ ଠାରେ ଦାବି କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ବ୍ୟତିତ ସଂଘର ନିଜସ୍ୱ ସଭାଗୃହ ନ ଥିବାରୁ ଏବାବଦରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ସ୍ଥିର କରାଗଲା । ଏହି ସଭାରେ ସଂଘର ପୂର୍ବତନ ସଭାପତି ସତ୍ୟବନ୍ତ ବେଦବାକ, ଜୟକୃଷ୍ଣ ଦାଶ ଶର୍ମା, ଉପ-ସଭାପତି ଗୋପବନ୍ଧୁ ପୁରୋହିତ, ପ୍ରଶନ୍ନ ମିଶ୍ର, ପର୍ଶୁରାମ ନାୟକ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ହରେକୃଷ୍ଣ ପଟେଲ, ମାଲିଆ ଗଡୁଆ ଆଦି ଆଲୋଚନାରେ ଭାଗ ନେଇଥିଲେ ।