-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ଜିଲ୍ଲା

ମହାରାଣୀ ସାଗର ସୌନ୍ଦର୍ଯିକରଣ ପ୍ରକଳ୍ପ ଭିତ୍ତି ପ୍ରସ୍ତର ଦେଲେ ନରସିଂହ, ମନୋରଂଜନ ସହ ରୋଜଗାର ଦେବ ମହାରାଣୀ ସାଗର- ନରସିଂହ

07-Jan-2022



ବଲାଙ୍ଗିର// କଠିନ ପରିଶ୍ରମ ପରେ ମହାରାଣୀ ସାଗର ସୌନ୍ଦର୍ଯିକରଣ ପ୍ରକଳ୍ପ ସଫଳତା ଆଡକୁ ଗତି କରୁଛି । ଏହି ପ୍ରକଳ୍ପକୁ ସାକାର କରିବା ପାଇଁ ଦିର୍ଘ ବର୍ଷର ଚେଷ୍ଟା ଫଳପ୍ରଦ ହେବାକୁ ଯାଉଛି । ସହର ମଧ୍ୟରେ ଥିବା ଏହି ଜଳାଶୟ ମହାରାଣୀ ସାଗର ଲୋକଙ୍କୁ କେବଳ ମନୋରଂଜନ ଦେବ ନାହିଁ, ଆଗାମୀ ଦିନରେ ଏହି ପ୍ରକଳ୍ପ ବଲାଙ୍ଗିରର ବେରୋଜଗାର ଯୁବକମାନଙ୍କ ପାଇଁ ରୋଜଗାରର ପନ୍ଥା ଦେଖେଇବ ବୋଲି ଆଜି ଇନ୍ଦିରାନଗର ଠାରେ ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଏହି ପ୍ରକଳ୍ପ ପାଇଁ ବଲାଙ୍ଗିର ବିଧାୟକ ବିରୋଧିଦଳ ନେତା ସମୟରେ ୫ ବର୍ଷ ପୁର୍ବରୁ ୧୦୦ କୋଟି ଟଙ୍କାର ଦାବି ରଖିଥିଲେ । ଯାହାକି ପରବର୍ତ୍ତି ସମୟରେ ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି । ସାମ୍ବାଦିକମାନଙ୍କୁ ସେ ନିଜ ପ୍ରତିକ୍ରିୟାରେ ଆହୁରି ମଧ୍ୟ କହିଛନ୍ତି ଯେ ବଲାଙ୍ଗିରର ପରିବେଶ ସୁରକ୍ଷା ପର୍ଯ୍ୟଟନ, ସ୍ଥାନୀୟ ବାସିନ୍ଦାଙ୍କୁ ରୋଜଗାର ଦେବାରେ ଏହି ପ୍ରକଳ୍ପ ଏକ ଉଦାହରଣ ସୃଷ୍ଟି କରିବ । ଏହି ପ୍ରକଳ୍ପ ପାଇଁ ଶ୍ରୀ ମିଶ୍ର ସ୍ଥାନୀୟ ବାସିନ୍ଦା, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରକଳ୍ପ ସମ୍ପୁର୍ଣ୍ଣ କରିବାର ଧାର୍ଯ୍ୟ ସମୟ ଏକ ବର୍ଷ ମଧ୍ୟରେ ଯେମିତି ସମ୍ପୁର୍ଣ୍ଣ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଦରକାର ବୋଲି ଅନୁରୋଧ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଡିସେମ୍ବର ଶେଷ ସପ୍ତାହରେ ନିର୍ମାଣକାରୀ ସଂସ୍ଥା ନେସନାଲ ପ୍ରୋଜେକ୍ଟ କନଷ୍ଟ୍ରକସନ କର୍ପୋରେସନ (ଏନ୍‌ସିସିବି) ଏବଂ ଜିଲ୍ଲା ପ୍ରଶାସନ ସହ ଏହି ପ୍ରକଳ୍ପର ନିର୍ମାଣ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇସାରିଛି । ଓୟୁଆଇଡିଏଫ୍ ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ପ୍ରକଳ୍ପ ପାଇଁ ମଞ୍ଜୁରି ପାଇଥିବା ଯୋଜନାରେ ମହାରାଣୀ ସାଗରରେ ବୋଟିଂ, ୱାଟର ସ୍ପିଙ୍କଲର ସହ ଲାଇଟ ଗେମ୍ସ, ପାକିଂ, ଫୁଡ ଜୋନ, ଛୋଟ ଛୁଆଙ୍କ ଖେଳିବା ସ୍ଥାନ, ଆର୍ଟ ଏଣ୍ଡ କ୍ରାପ୍ଟ ଜୋନ, ପାର୍ଟି ଲନ, ଓପନ ଜିମ୍‌, ବୟସ୍କମାନଙ୍କ ପାଇଁ ପାର୍କ, ବ୍ୟାୟାମ କରିବା ପାଇଁ ସ୍ଥାନ, ବଗିଚା ଏହିଭଳି ଅନେକ ସୁବିଧା ଭିତରେ ଉପଲବ୍ଧ ରହିବ । ଏହି ପ୍ରକଳ୍ପର ଉଦ୍‌ଘାଟନ ପରେ ସହର ମଧ୍ୟରେ ଟିକ୍ରାପଡା ଗାନ୍ଧୀ ପାଠାଗାର ଛକରେ

ଥିବା ପାକିଂ ଜୋନ ଏବଂ ଭୀମଭୋଇ ମେଡିକାଲ କଲେଜ ଏବଂ ଡାକ୍ତରଖାନା ଛକରେ ଥିବା ପାର୍କିଂ କମ୍ ଭେଣ୍ଡିଂ ଜୋନ ଉଦ୍‌ଘାଟନ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ପାର୍କିଂ ସ୍ଥଳ ମଧ୍ୟ ଯେପରି ସୂଚାରୁ ରୂ।ପେ ପରିଚାଳନା ହୋଇପାରିବ ଏବଂ ଭେଣ୍ଡିଂ ଜୋନର ବଣ୍ଟନର ବଣ୍ଟନ ସାଙ୍ଗକୁ ତାର ପରିଚାଳନା ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନେ ଠିକ୍ ହିସାବରେ କରିପାରିବେ ସେ ଦିଗରେ ଯତ୍ନବାନ ହେବାକୁ ପଡିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି ଉଦ୍‌ଘାଟନି ଉତ୍ସବମାନଙ୍କରେ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ବିପିନ ବିହାରି ଦିପ, କନିଷ୍ଠ ଯନ୍ତ୍ରୀ ରୋଜାଲିସା ରାଉତ, ସହକାରୀ ଯନ୍ତ୍ରୀ ଗୋଲକ ବିହାରୀ ସାହୁ, କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ମହାନ୍ତିଙ୍କ ସମେତ ସ୍ଥାନୀୟ ଜନସାଧାରଣ ମହିଳା ଓ ପୁରୁଷମାନେ ଉପସ୍ଥିତ ଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like