-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ବିନିକା(ହିମାଂଶୁ ଶେଖର ପୁଟେଲ) କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇ ଆସୁଥିବା ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ପାରଦର୍ଶିତା ଲାଭ କରିଥିବା ବିନିକା ସ୍ପୋର୍ଟସ କ୍ଲବ ଅତ୍ୟାଧୁନିକକରଣରେ ପରିଣତ ହେବାକୁ ଯାଉଥିବାରୁ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି ।ସୁବର୍ଣ୍ଣପୁର ଜିଲ୍ଲା ଲାଇବ୍ରେରୀ ହଲ ଭଳି ଏଠାରେ ସ୍ମାର୍ଟ ଲାଇବ୍ରେରୀ ଖୋଲାଯିବା ସହ ଛାତ୍ରଛାତ୍ରୀଙ୍କ ଠୁଁ ଆରମ୍ଭ କରି ସ୍ବେଚ୍ଛାସେବୀ,ବରିଷ୍ଠ ନାଗରିକ,ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଶିକ୍ଷଣୀୟ ଉପକରଣ ରହିବ ବୋଲି ଜଣାପଡିଛି ।ବିଶେଷ କରି ପାଠପଡୁଥିବା ଛାତ୍ରଛାତ୍ରୀ ମାନେ ଏଠାରୁ ବିଭିନ୍ନ ପ୍ରକାରର ପୁସ୍ତକ ଅଧ୍ୟୟନ କରି ତାଙ୍କର ଭବିଷ୍ୟତ କ୍ୟାରିଅର ଗଠନ କରିବା ଦିଗରେ ସହାୟକ ହେବ । ଏଥିପାଇଁ ମାନ୍ୟବର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନିର୍ଦେଶ କ୍ରମେ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେଙ୍କ ଉଦ୍ୟମରେ ଆଜି ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ବିନିକା ଗସ୍ତରେ ଆସି ସ୍ପୋର୍ଟସ କ୍ଲବର ଭିତ୍ତିଭୂମି ତଦାରକ କରି ଉପସ୍ଥିତ କ୍ରୀଡ଼ାପ୍ରେମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଲାଇବ୍ରେରୀର ଉପକାରିତା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ,ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ
ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର,ବରିଷ୍ଠ ସଦସ୍ୟ ଲବ କୁମାର ମାହାଣା,ପୀତବାସ ମେହେର,ମନୋଜ ଦାସ,ବୁଲୁ ଦଣ୍ଡିଆ,ହିମାଂଶୁ ଶେଖର ପୁଟେଲ,ଜିତେନ୍ଦ୍ର ମଣ୍ଡଳ,ଶେଖର ଶର୍ମା,କିନୁ ପାଢ଼ୀ,ପ୍ରତାପ ସାହୁ,ଭୁବନେଶ୍ୱର ପାତ୍ରଙ୍କ ସମେତ ସମସ୍ତ ଖେଳାଳି ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ସ୍ପୋର୍ଟସ କ୍ଲବ ସଭାପତିଙ୍କ ନେତୃତ୍ୱରେ ସଦସ୍ୟ ମାନେ ଉପଜିଲ୍ଲାପାଳ ଶ୍ରିଭୋଇଙ୍କୁ ସ୍ଵାଗତ ଜଣାଇ ସ୍ପୋର୍ଟସ କ୍ଲବକୁ ପାଛୋଟି ଆଣିଥିଲେ ।