-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ସହରରେ ଦୀର୍ଘ ଦିନ ରୁ ବିକାଶ ନାଁରେ ବ୍ୟାପକ ଗଛ କଟା ଚାଲିଥିବା ଅଭିଯୋଗ ହେଉଥିବା ବେଳେ, ବେଳେ ବେଳେ କୋଠା ନିର୍ମାଣ, ରାସ୍ତା ପ୍ରଶସ୍ତିକରଣ ନାଁରେ ଶହ ଶହ ଗଛ କାଟି ଦିଆଯାଉଛି l ସୁବର୍ଣ୍ଣପୁର ମିଶନ ଶକ୍ତି ଦ୍ୱାରା ଏକ କାଫେ ଟେରିଆ ଖୋଲିବା ପାଈଁ ସ୍ଥାନୀୟ ବ୍ଲକ ସରକାରୀ କାର୍ଯ୍ୟାଳୟର ଛୋଟ ବଗିଚା ର ଅନେକ ଗଛ ସବୁ କାଟିଦେଇଥିବାର ର କିଛି ବୁଦ୍ଧିଜୀବୀ ଙ୍କ ଅଭିଯୋଗ ହୋଇଥିବା ବେଳେ କିଛି ଫୁଲ ଗଛ ଓ ଗୋଟିଏ ମାତ୍ର ଗୁଆ ଗଛ କୁ କାଟି ଦିଆଯାଇ ବାକି ଦେବ ଦାରୁ ଗଛ ସବୁ ର ଡାଳ କାଟି ସାଇଜ କରିଦିଆଯାଇଛି ବୋଲି ଆଜି ସୋନପୁର ବି ଡ଼ି ଓ ପ୍ରକାଶ କରିଛନ୍ତି l ମହିଳା ଙ୍କୁ ସଶକ୍ତି କରଣ କରିବl ଲାଗି ସରକାର ଙ୍କ ଅନେକ ବାଟ ଅଛି ଯୋଜନା ଅଛି ହେଲେ ଏହିପରି ଏକ କାଫେଟେରିଆ ତିଆରି ଓ ମହିଳା ଙ୍କୁ ସଶକ୍ତି କରଣ ନାଁରେ ସଦର ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟର ଛୋଟ ବଗିଚାଟି କାହିଁକି ଉପୁଡ଼ା ଗଲା ବୋଲି ସହର ର କିଛି ବୁଦ୍ଧିଜୀବୀ ଦୃଢ ନିନ୍ଦା କରିଛନ୍ତି l