-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ଭୁବନେଶ୍ୱର, ତା.୦୬.୦୧.୨୦୨୨ରିଖ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେ ସଂଗୃହିତ ବସ୍ତ୍ର ଗୁଡିକୁ ଆଜି ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱର ମହାନଗର ନିଗମର ୪୨ ନମ୍ବର ୱାର୍ଡରେ ଅବସ୍ଥିତ ମୟୁର କ୍ଲବ୍ (ଷ୍ଟେସନ୍ ବଜାର ପାଖ ଚିନ୍ତାମଣିଶ୍ୱର ପେଟ୍ରୋଲ ପମ୍ପ ସାମ୍ନା) ଠାରେ ବଂଟନ କରାଯାଇଥିଲା ।“ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ବସ୍ତ୍ର ଗୁଡିକୁ ଯେଉଁମାନଙ୍କର ବସ୍ତ୍ରର ଅଭାବ ଅଛି ସେହିମାନଙ୍କୁ ବଂଟନ କରାଯାଇଥିଲା । ୧୪୦ ପରିବାରଙ୍କୁ ନୂତନ କମ୍ବଳ ବଂଟନ କରାଯାଇଥିଲା । ବସ୍ତ୍ର ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଦେଇ ସେହିମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ “ଉଡ୍ର” ତରଫରୁ ଏହା ଏକ ଛୋଟ ପ୍ରୟାସ । ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଓଡିଶାର ବିଭିନ୍ନ ସ୍ଥାନ ମାନଙ୍କରେ ବିଗତ ୬ ବର୍ଷ ହେବ ହୋଇଆସୁଅଛି । ପୂର୍ବ ବର୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ବସ୍ତ୍ର ବଂଟନ କରାଯାଇଥିଲା ।
ଏହି ବଂଟନ କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡା. ସୂର୍ଯ୍ୟପ୍ରକାଶ, ସବ୍ୟସାଚ୍ଚି ପଟ୍ଟନାୟକ, ବିରଂଚି ନାରାୟଣ ପଣ୍ଡା, ପୁଷ୍ପାଞ୍ଜଳି ସେଠୀ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ପ୍ରଭାତ ଶତପଥି, କିଶୋର ଦାସ, ଭାଗ୍ୟଧର ସାମଲ, ‘ଉଡ୍ର’ ପରିବାରର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।