-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ବଲାଙ୍ଗିର (ପ୍ରେରଣା ଖବର) ::କବିତା କେବଳ ଅନୁଭବ ର ଉଛ୍ବାସ ନୁହେଁ, ବରଂ ସମୟର ଅଲିଭା ସ୍ବାକ୍ଷର ।ସ୍ବାଧୀନୋତ୍ତର କାଳରୁ ଏ ଯାବତ ଓଡିଆ କବିତା ର ଧାରା ର ସମସ୍ତ ବିଭବ ଓ ସ୍ବର ଲକ୍ଷ୍ୟ କରାଯାଇପାରେ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦଗାତା ଙ୍କ କବିତାରେ।
ଆଜି ଏହି ମର୍ମରେ ମତ ପ୍ରକାଶ ପାଇଛି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦଗାତା ଙ୍କ ୮୭ତମ ଜନ୍ମ ଦିନ ପାଳନ ଅବସରରେ ସମ୍ବାଦ ସାହିତ୍ୟ ଘର ବଲାଙ୍ଗୀର ପକ୍ଷରୁ ଆୟୋଜିତ ତାଙ୍କ ଜନ୍ମ ଦିନ ରେ ତାଙ୍କରି କବିତା ର ଆବୃତ୍ତି ରେ ।
ସାହିତ୍ୟ ଘର ବଲାଙ୍ଗୀର ପକ୍ଷରୁ ଆଜି ଅଭିନବ ଉପାୟରେ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦଗାତା ଙ୍କ ଜନ୍ମ ଦିନକୁ ପାଳନ କରାଯାଇଥିଲା । ସାମ୍ବାଦିକ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସାହିତ୍ୟ ଘର ସଭାପତି ସନ୍ଦୀପ କୁମାର କୁଅଁର ।କବି ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଂଯୋଜନାରେ କବିତା ପାଠୋତ୍ସବ ରେ ପଦ୍ମଶ୍ରୀ ଉଦଗାତା ଙ୍କ ଏବଂ,କୃଷ୍ଣା, ମୁଠାରୁ ଖସିଲା କାଳକୁ ଓ ଅନ୍ୟ ସଂକଳନରୁ ବିଭିନ୍ନ କବିତା କୁ ଆବୃତ୍ତି କରିଥିଲେ ରତ୍ନମୟ ତ୍ରିପାଠୀ, ଜ୍ୟୋତିରଂଜନ ମିଶ୍ର, ରଂଜିତ ମିଶ୍ର, ହୃଷୀକେଶ ପୁରୋହିତ, ରାଜକିଶୋର ପଣ୍ଡା, ଅନୁପ୍ରିୟା ମିଶ୍ର, ସତ୍ୟାନନ୍ଦ ବିଶ୍ବାଳ,କସ୍ତୁରୀ ରଥ, ନେପାଳ ଚନ୍ଦ୍ର ବାଗ, ହୃଷୀକେଶ ଦାଶ, ବ୍ୟାସଦେବ ନନ୍ଦ ।ସଭାପତି ଅଭିଭାଷଣରେ ଶ୍ରୀ କୁଅଁର ଡକ୍ଟର ଶ୍ରୀନିବାସ ଉଦଗାତାଙ୍କ ସାହିତ୍ୟର ଆଲୋଚନା କରାଯାଇ ପାରିଲେ ଓଡିଆ ସାହିତ୍ୟ ର ଏକ ନୂତନ ଦିଗ ଉନ୍ମୋଚନ ହେବ ବୋଲି କହିଥିଲେ । ଶେଷରେ ସଂଗଠନ ସଂପାଦକ ଶିକ୍ଷକ ରଞ୍ଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।