-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଆଜି ଧାନମଣ୍ଡିର ଶୁଭାରମ୍ଭ ହୋଇଛି lପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି l ଆଜି ନିହଲପ୍ରସାଦ ସେବା ସମବାୟସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ସି ଡି ପି ଓ ଉର୍ମିଳା ଦେଉରୀ ବ୍ଲକ ଯୋଗାଣ ଅଧିକାରୀ ସ୍ଵର୍ଣପ୍ରଭା ଜେନା ମିଶନ ଶକ୍ତି ସୁପରଭାଇଜର ସସ୍ମିତା ରାଉତ ପ୍ରମୁଖ ଉପସ୍ଥିତ ରହି କିପରି ଭାବରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିପାରିବେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ lଉକ୍ତ ଧାନ ମଣ୍ଡିର ଦାୟିତ୍ୱ ସ୍ଥାନୀୟ ଶକ୍ତି ମା ବିଶ୍ଵରୂପା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି l ଆଜି ଏହି ମଣ୍ଡିରେ ମୋଟ ଭାବରେ ୬୫୯.୧୯ କ୍ଵଇଣ୍ଟାଲ ଧାନ କ୍ରୟ କରାଯାଇଛି lସେହିପରି ଦେଓଗାଁ ସେବା ସମବାୟ ସମିତି ଠାରେ ଆଜି ଅନ୍ୟ ଏକ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି l ଉକ୍ତ ମଣ୍ଡି କୁ ସ୍ଥାନୀୟ ସରପଞ୍ଚ ସାଗରିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଦେଓଗାଁର ମହାମାୟି ସ୍ୱୟଂ ସହାୟକ ଗୋଷ୍ଠୀ ଏଠାରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ନିମନ୍ତେ ଦାୟିତ୍ୱ ନେଇଅଛି l ସଭାପତି ଲୀଲା ଗଡନାୟକ ଓ ସମ୍ପାଦକ ପ୍ରମିଳା ବେହେରା ତଥା ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଧାନ କ୍ରୟ କରିଥିଲେ ଏଠାରେ ମୋଟ୫୦୦ କୁଇଣ୍ଟାଲ ଧାନ ଚାଷି ମାନଙ୍କ ଠାରୁ କ୍ରୟ କରାଯାଇଛି l