-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
କଟକ (ପ୍ରେରଣା ଖବର): ଜଣାଶୁଣା ଲେଖିକା ତଥା ସମାଜସେବୀ ଶ୍ରୀମତୀ ମୀରା ବେଉରାଙ୍କୁ 'କଟକ ସ୍ଥିତ ରାମଚନ୍ଦ୍ର ଭବନ ଠାରେ' ରଫ ଖାତା' ପରିବାର ପକ୍ଷରୁ ଶ୍ରେଷ୍ଠ ଲେଖିକା ଭବରେ ସମ୍ମାନିତ କରାଯାଇଛି l ସମାଜର ଦଳିତ ଓ ନିଷ୍ପେସିତ ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ଶ୍ରୀମତୀ ବେଉରା କାମ କରି ଆସୁଛନ୍ତି l ନିଜର ମୌଳିକ ଲେଖା ମାଧ୍ୟମରେ ସମାଜକୁ ଅଜ୍ଞାନ ରୂପକ ଅନ୍ଧକାର ରୁ ଆଲୋକ ଆଡକୁ ଅଗ୍ରସର କରାଇବାରେ ଲେଖିକା ଶ୍ରୀମତୀ ବେଉରାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି l ତାଙ୍କର ପ୍ରତିଭାକୁ ସମ୍ମାନ ଜଣାଇ ରଫ୍ ଖାତା ପରିବାର ପକ୍ଷରୁ ଅନୁଷ୍ଠାନ ପ୍ରଥମ ବାର୍ଷିକୋତ୍ସବ ରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ପ୍ରସନ୍ନ କୁମାର ଦାସ ଏହି ସମ୍ମାନ ପ୍ରଦାନ କରିଛନ୍ତି l ଏହି ଉତ୍ସବରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ l