-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ସୁବର୍ଣ୍ଣପୁର /ବୌଦ୍ଧ: ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ସୁବର୍ଣାପାଲି ଠାରେ ଗତ ୨୮ ତାରିଖ ରୁ ଗତ କାଲି ୫ ତାରିଖ ଯାଏ ଦୀର୍ଘ ୯ ଦିନ ଧରି ନବାହ ପରାୟଣ ଓ ରାମ ଚରିତ ମାନସ ମହା ସମାରୋହ ରେ ପାଳିତ ହୋଇ ଯାଇଛି l ଏଥିପାଇଁ ୨୭ ତାରିଖ ଦିନ ତେଲନଦୀ ରେ ରୀତି ନୀତି ରେ ଗଙ୍ଗା ମାତା ଙ୍କ ପୂଜା ପାଠ କରାଯାଇ ବ୍ରିଜ ଘାଟରୁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ସହର ପରିକ୍ରମା କରାଯାଥିଲା l ଯେଉଁଥିରେ କି ଶହ ଶହ ମହିଳା ସାମିଲ ଥିଲେ l ଗତ ୨ ତାରିଖ ଦିନ ଏହି ଉତ୍ସବ ରେ ସୀତା ବିବାହ ଅନୁଷ୍ଠିତ ହୋଇଥିବା ବେଳେ ସୀତା ଦେବୀଙ୍କ ବାପା ମାଆ ଭାବେ ମନମୁଣ୍ଡାର ଶିକ୍ଷାବିଦ ଚିତ୍ତ ରଞ୍ଜନ ପାତ୍ର ଓ ତାଙ୍କ ଧର୍ମ ପତ୍ନୀ ଏବଂ ରାମ ମହାପ୍ରଭୁଙ୍କ ବାପା ମାଆ ଭାବେ ରାମ ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ରୀନା ଅଗ୍ରୱାଲା ପ୍ରଭୁ ସେବା ର ଦାଇତ୍ୱ ନେଇଥିଲେ l ଜୟନ୍ତୀ ସାହୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ରାମଚନ୍ଦ୍ର ଆଗ୍ରୱାଲ ଙ୍କ ପରିବାର ସକ୍ରିୟ ଯୋଗ ଦେଇଥିଲେ l ପଣ୍ଡିତ ଜ୍ୟୋତିରଞ୍ଜନ ପଣ୍ଡାଙ୍କ ଦ୍ୱାରା ଦୀର୍ଘ ୧୦ ଦିନ ଧରି ସମସ୍ତ ପୂଜାବିଧି କରାଯାଇଥିବା ବେଳେ ପଣ୍ଡିତ ରାଜେଶ ମିଶ୍ର
ରାମଚରିତ ମାନସ ପାଠ କରିଥିଲେ l ଗତ କାଲି 5 ତାରିଖ ଦିନ ଏହାକୁ ଉଦଯାପନ କରାଯାଇଛି l ସସ୍ମିତା ସେନାପତି, ଲୀଳାବତୀ ସେନାପତି, ସତ୍ୟବତୀ ନାଏକ, ମିତା ନାଏକ, ଶଶୀ ସାହୁ, ତନୁଜା ସାହୁ, ୟୋଗେସ ଆଗ୍ରୱାଲ, ଖୁସି ଆଗ୍ରୱାଲ, ପୂର୍ବୀ ସେନାପତି ପ୍ରମୁଖ ସୁବର୍ଣ୍ଣାପାଲି ବସ୍ତି ର ସମସ୍ତ ପରିବାର ସହଯୋଗ କରିଥିଲେ l ଦୀର୍ଘ ଛଅ ବର୍ଷ ଧରି ଏଇ ନବାହ ପରାୟଣ ଓ ରାମ ଚରିତ ମାନସ ମନମୁଣ୍ଡା ର ସୁବର୍ଣ୍ଣାପାଲି ଠାରେ ଆୟୋଜିତ ହୋଇ ଆସୁଥିବା ବେଳେ ଏ ସମଗ୍ର ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପାରୁଛି l ପ୍ରତିଦିନ ଭକ୍ତ ଶ୍ରଦ୍ଧାଳୁ ଙ୍କ ପାଈଁ ଅନ୍ନ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା କରାଯାଏ l ସୋନପୁର ମନମୁଣ୍ଡା ର ସ୍ୱଚ୍ଛ ଭାରତ ସଂଗଠନ ର ସଭାପତି ଲଷ୍ମୀ ନାରାୟଣ ମେହେର, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଓ ସଂଗଠନ ର କର୍ମକର୍ତ୍ତା ଙ୍କ ସମେତ ଏ ଅଂଚଳ ର ଶହ ଶହ ଭକ୍ତ ଶ୍ରଦ୍ଧାଳୁ ସାଧୁ ସନ୍ୟାସୀ ଏହି ଉତ୍ସବ ରେ ପ୍ରତିବର୍ଷ ସାମିଲ ହୋଇ ପ୍ରଭୁ ଙ୍କ ଆଶୀର୍ବାଦ ନେଇଥାନ୍ତି l