-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
10-Nov-2020
ଲୋଇସିଂହା, (ବିନୋଦ କୁମାର ଦୀପ)- ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତର ଗୋପାଳପୁର ଗ୍ରାମ ଓ ପୁଇଁତଳା ବ୍ଲକ ବିଲେଇସର୍ଡା ଗ୍ରାମ ନିକଟ ଦେଇ ଯାଇଥିବା ସୁକତେଲ ନଦୀ ଗର୍ଭରୁ ଆଜି ଏକାଧିକ ପ୍ରାଚୀନ ପ୍ରସ୍ତର ଓ ଶିଳାଖଣ୍ଡ ଦେଖିବାକୁ ମିଳିଛି । ଏଠାରେ ନଦୀ ଗର୍ଭରେ ଆହୁରି ଅନେକ ସଂଖ୍ୟାରେ ବିଶାଳ ପ୍ରସ୍ତର ଖଣ୍ଡ ଗୁଡିକ ରହିଥିବା ଲୋକେ ଅନୁମାନ କରୁଛନ୍ତି । ତେବେ ଏହି ପ୍ରସ୍ତର ଖଣ୍ଡ ଗୁଡିକ ସଂପର୍କରେ ସବିଶେଷ ବିବରଣୀ ମିଳିପାରିନଥିଲେ ମଧ୍ୟ ଏହା କୌଣସି ପ୍ରାଚୀନ ମନ୍ଦିରର ଭଗ୍ନାବେଶଷ ବୋଲି ନିକଟସ୍ଥ ଗ୍ରାମବାସୀ କହିଛନ୍ତି । ସୁକତେଲ ନଦୀ ମଝିରେ ଆଜି ଏପରି ପ୍ରସ୍ତର ଖଣ୍ଡ ଗୁଡିକ ଆବିସ୍କୃତ ହେବା ପରେ ଦେଖିବା ପାଇଁ ଏଠାରେ ଲୋକଙ୍କ ଗହଳି ଜମିଥିଲା । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ସର୍ବେକ୍ଷଣ ଓ ଖନନ ଉପରେ ବିଶେଷ ଦୃଷ୍ଟି ଦେଲେ ଏ ଅଞ୍ଚଳର ଇତିହାସ ଓ ମନ୍ଦିର ସଂସ୍କୃତି ଉପରେ ଅ।।ହୁରି ଅନେକ କିଛି ରୋଚକ ତଥ୍ୟ ଅବତରଣ କରାଯାଇ ପାରିବ ବୋଲି ଜନମତ ପ୍ରକାଶ ପାଇଛି । ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଏହା ଉପରେ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।