-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||     

HOME   ଜିଲ୍ଲା

ସୁକତେଲ ପୋଲ ଭୁଶୁଡିବା ଘଟଣା ର ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ ବିଭାଗ।

11-Nov-2020



ବଲାଙ୍ଗୀର,(ପ୍ରେରଣା ଖବର) - ରାଜ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଥିବା ସୁକତେଲ ପୋଲ ଭୁଶୁଡିବା ଘଟଣା ରେ ଏବେ ଭିଜିଲାନ୍ସ ଖୋଲିବ ପ୍ରକୃତ ରହସ୍ୟ । ନିମ୍ନ ମାନର କାର୍ଯ୍ୟ ସାଙ୍ଗକୁ ଯାନ୍ତ୍ରୀକ ତୃଟି ଯୋଗୁଁ ପୋଲର  ସ୍ପାନ ଭୁଷୁଡି ପଡିଲା । ଏହି ସ୍ପାନ ତଳେ ଚାପିହୋଇ ୨ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । ଏହି ଶ୍ରମିକଙ୍କ ପରିବାର ଏବେ ଦୁଃଖ, କଷ୍ଟରେ ଜୀବନ ଅତିବାହିତ କରୁଅଛନ୍ତି।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁକତେଲ ପୋଲ ଭାଙ୍ଗିବା ଘଟଣାରେ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ବଲାଙ୍ଗୀର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ତମିଆଁ ଓ ମୁଦଲସର ମଧ୍ୟରେ ଥିବା ସୁକ୍ତେଲ ପୋଲ ଗତ ଏପ୍ରିଲ ମାସ ୨୯ ତାରିଖରେ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ସ୍ପାନ ଭୁଷୁଡ଼ି ପଡିଥିଲା। ଫଳରେ ମରାମତି କାର୍ଯ୍ୟ ନିୟୋଜିତ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ଘଟିବାର କିଛି ସମୟ ମଧ୍ୟରେ କାମ କରୁଥିବା କମ୍ପାନି ରାମ କୁମାର ଅଗ୍ରଓ୍ୱାଲ ପ୍ରାଇଭେଟ୍ ଲିମିଟେଡର ଜଣେ କର୍ମଚାରୀକୁ ଲରମ୍ଭା ଥାନାରେ ଅଟକ ରଖା ଯାଇଥିଲା। ୮ ଦିନ ଧରି ଅଟକ ରଖାଯାଇ କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ କର୍ମଚାରୀ ଜଣକୁ ଜାମିନ ମିଳିଥିଲା। ଏହା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ବରର ଦୁଇ ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଯାଇଥିଲେ। ପୋଲ ଭାଙ୍ଗିବା ଘଟଣାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।

ଦୀର୍ଘ ଦିନ ପରେ କମ୍ପାନିକୁ କଳା ତାଲିକା ଭୁକ୍ତ କରିଥିଲେ ସରକାର। ଏହା ସହିତ ପାଟଣାଗଡ଼ ଗ୍ରାମ୍ୟ ଭନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନୀ କିଶାନଙ୍କୁ ନିଲମ୍ବିତ କରୁଥିଲା ବିଭାଗ। ହେଲେ ପୋଲ ନିର୍ମାଣ ସମୟରେ କାର୍ଯ୍ୟରତ ଥିବା ଯନ୍ତ୍ରୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିଲା।ଦୀର୍ଘ ଦିନ ପରେ ଲୋକାୟୁକ୍ତ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇ ବଲାଙ୍ଗୀର ଭିଜିଲାନ୍ସ ଗତ ସେପ୍ଟେମ୍ବର ମାସ ୮ ତାରିଖରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ କରିବା ପାଇଁ ଘଟଣାସ୍ଥଳରେ ବଲାଙ୍ଗୀର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ପ୍ରଥମ ପର୍ଯ୍ୟାୟରେ ପୋଲ କାମ କରିଥିବା କମ୍ପାନିର ସଂଜୟ ଅଗ୍ରଓ୍ୱାଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ବିଭୁଦେନ୍ଦ୍ର ମେହେର, ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ଶୁଭେନ୍ଦୁ ମହାପାତ୍ର, ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନୀ କିଶାନଙ୍କ ନାମ ରହିଥିବା ଜଣାପଡିଛି।ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ତଦନ୍ତ କରିଥିବା ବେଳେ ତାଙ୍କୁ ପଚରାଯିବାରୁ ସେ, ତଦନ୍ତ କରାଯାଉଛି, ଭୁବନେଶ୍ୱରର ଟେକ୍ନିକାଲ ଟିମକୁ ଏ ନେଇ କହିବେ, ଟେକ୍ନିକାଲ ଟିମ ଆସି ଅଧିକ ତଦନ୍ତ କରିବ ବୋଲି ସେ କହିଥିଲେ।
ଏଠାରେ ପ୍ରକାଶ ଥାଉ କି, ତମିଆଁ – ମୁଦଲସର ମଧ୍ୟରେ ଥିବା ସୁକତେଲ ପୋଲ ପାଞ୍ଚ ବର୍ଷ ପୂର୍ବରୁ ୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ସେତୁଟିର ନିର୍ମାଣ କରା ଯାଇଥିଲା। ହେଲେ ଏହାର ନିର୍ମାଣ କରିବା ଦିନ ଠାରୁ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା।ପରେ ଦବି ଥିବା ସ୍ପାନ ରେ ମରାମତି ପାଇଁ ବିଭାଗ ପକ୍ଷରୁ ଉକ୍ତ କମ୍ପାନିକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ମରାମତି କାମ ଚାଲୁଥିବା ସମୟରେ ଉକ୍ତ ସ୍ପାନ ଭୁଷୁଡି କାର୍ଯ୍ୟରେ ନିୟୋଜିତ ହେଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୨ ଜଣ ଅଣ ଓଡିଆ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣାଟି ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ବର୍ତ୍ତମାନ ଏହାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହି ତଦନ୍ତ କେତେଦୂର ଯିବ ତାହା ସମ୍ପୃକ୍ତ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026

You Might Also Like