-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ଗଞ୍ଜାମ // ମୁରୁମ ବୋଝେଇ ଟିପର ଧକାରେ ବାଇକ ଆରୋହୀ ମୃତ l ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଝରଣ ଛକ ନିକଟରେ ଘଟିଛି ମର୍ମତୁତ ସଡ଼କ ଦୁର୍ଘଟଣା l ଆଜି ଅସକାଳୁ ପ୍ରତାପୁର ଗ୍ରାମର 28 ବର୍ଷୀୟ ତୋଫାନ ବେହେରା ବାଇକ ଯୋଗେ ଯିବା ବେଳେ ସାମ୍ନାପଟୁ ଆସୁଥିବା ଗୋଟିଏ ମୁରୁମ ବୋଝେଇ ଟିପର ଧକା ଦେଇଥିଲା l ଟିପର ର ପଛ ଛକ ତୋଫାନ ଙ୍କ ଉପରେ ଚଢି ଯାଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ ତୋଫାନ l ଖବର ପାଇ ପୁରଷୋତ୍ତମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୁଖ୍ୟ ରାସ୍ତାରୁ ଶବକୁ ଉଠାଇ ବ୍ୟବଚ୍ଛେଦ ପାଇଁ ପଠାଇ ଉଭୟ ବାଇକ ଓ ଟିପର ଗାଡିକୁ ଜବତ କରି ତଦନ୍ତ ଜାରିରଖିଛି ପୋଲିସ l