-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ସୁବର୍ଣ୍ଣପୁର//ଜିଲ୍ଲାର ଯୁବାବର୍ଗ ଙ୍କ ଉନ୍ନତ ଭବିଷ୍ୟତ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମରେ ଜିଲ୍ଲାର ସଂସ୍କୃତି ଭବନ ରେ ସ୍ଥାପିତ ନୂତନ ଜିଲ୍ଲା ଗ୍ରନ୍ଥାଗାର ରେ କେରିଅର କାଉନସେଲିଂ ର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ଅତିଥି ଭାବରେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନୀତିନ କୁଶଲକର, ଆଇ. ପି. ଏସ, ଏବଂ ଉପ ନିର୍ଦେଶକ ଡିଜିଜିଆଇ, ରାଉରକେଲା ଶ୍ରୀଯୁକ୍ତ କୁନାଲ କୁମାର, ଆଇ.ଆର.ଏସ, ଯୋଗ ଦେଇ ଉପସ୍ଥିତ ପାଠକ ପାଠିକା ଓ ଯୁବାବର୍ଗ ଙ୍କୁ ଜୀବନରେ ସଫଳତାର ମନ୍ତ୍ର ଦେଇଥିଲେ l ରାଜ୍ୟ ସ୍ତରରେ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ପ୍ରାଶାସନିକ ପରୀକ୍ଷା କୁ କିପରି ଭାବରେ ଚାପମୁକ୍ତ ହୋଇ ସାମ୍ନା କରି ସଫଳ ହୋଇପାରିବେ ସେହି ପରିପ୍ରେକ୍ଷୀରେ ଏହି ଦୁଇ ଯୁବ ଅଧିକାରୀ ଆବଶ୍ୟକ ସୂଚନା ଦେବା ସହ ନିଜ ନିଜର ଅଭିଜ୍ଞତା ବାଣ୍ଟି ଥିଲେ l ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ସମ୍ୱନ୍ଧୀୟ ଯୁବାବର୍ଗ ଙ୍କ ମନରେ ସୃଷ୍ଟି ହେଉଥିବା ବିଭିନ୍ନ ଆଶା ଆଶଙ୍କାର ଅତି ସରଳ ସମାଧାନର ସୂତ୍ର ଦେଇଛନ୍ତି ଉଭୟ ଅଧିକାରୀ l ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ସଫଳତା ପାଉନଥିବା ସୁବର୍ଣ୍ଣପୁର ଜିଲ୍ଲାର ଯୁବାବର୍ଗ କିଭଳି ଭାବରେ ବହୁ ସଂଖ୍ୟାରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ ସେହି ଲକ୍ଷ୍ୟରେ ଜିଲ୍ଲପାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଶ୍ରୀମତୀ ନରୱଣେ ଜିଲ୍ଲାର ସମସ୍ତ ଯୁବାବର୍ଗଙ୍କୁ ଏହି ଜିଲ୍ଳା ଗ୍ରନ୍ଥାଗାରରେ ପଂଜିକୃତ କରିବା ସହିତ ଆବଶ୍ୟକ ସୁବିଧା ସହ ଆଗାମୀ ଦିନରେ ହେବାକୁ ଥିବା କେରିଅର କାଉନସେଲିଂ ରେ ବହୁ ସଂଖ୍ୟାରେ
ଅଂଶଗ୍ରହଣ କରି ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାପ୍ରଶାସନ ତଥା ଜିଲ୍ଳା ସଂସ୍କୃତି ବିଭାଗ ତରଫରୁ ଏହି ମହତ୍ୱାକାଂକ୍ଷୀ ସଭାର ଆୟୋଜନ ଜିଲ୍ଳା ସଂସ୍କୃତି ଅଧିକାରୀ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଗ୍ରନ୍ଥାଗାରର ପାଠକ ପାଠିକା ସହ ଉତ୍ସାହି ଯୁବାବର୍ଗ ଯୋଗଦାନ କରି ଅଧିକାରୀଙ୍କ ସହ ଭାବବିନିମୟ କରି ଖୁସିବ୍ୟକ୍ତ କରିଛନ୍ତି l