-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
02-Jan-2022
ସମ୍ବଲପୁର,(ସଞ୍ଜୀବ କୁମାର ପାଣିଗ୍ରାହୀ)//ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି ଓ ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ କୁଲତା ସମାଜ ସମ୍ବଲପୁର ପକ୍ଷରୁ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ଦାନୀପାଲି ସ୍ଥିତ ରାମଚଣ୍ଡୀ ସେବା ସଦନ ଠାରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା I କୁଲତା ସମାଜ ସମ୍ବଲପୁର ସାଧାରଣ ସମ୍ପାଦକ ଦେଵାତ୍ତମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅଭିରାମ ଖମାରି,ହାରାଧନ ପ୍ରଧାନ, ଜଟା ଭୂଷଣ ସାହୁ, ସୁପ୍ରଭା ପ୍ରଧାନ, ନିର୍ମଳ ପ୍ରଧାନ, ନାରଦ ପାତ୍ର, ଛେଲିଆ ପ୍ରଧାନ, ଦେବଦତ୍ତ ସାହୁ, ଦେବୀପ୍ରସାଦ ଭୋଇ, ଟିକେଶ୍ୱର ପ୍ରଧାନ, ଲଷ୍ମୀଣ ପ୍ରଧାନ, କ୍ଷୀରୋଦ ପ୍ରଧାନ, ରଞ୍ଜନ ପାତ୍ର, ଅକ୍ଷୟ ପ୍ରଧାନ, ପ୍ରେମାନନ୍ଦ ସାହୁ, ସରୋଜ ପ୍ରଧାନ, ହେମାକାନ୍ତ ସାହୁ , ସରୋଜ ସାହୁ ପ୍ରମୁଖ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।