-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
01-Jan-2022
ବଲାଙ୍ଗିର (ପ୍ରେରଣା ଖବର) //ଆଜି ସ୍ଥାନୀୟ ଏଲ ଏଣ୍ଡ ଏସ କ୍ଳବ ପରିସରରେ ବାଧିତ ଜନବନ୍ଧୁ ପ୍ରଭାକର ରଥ ଙ୍କ ଜନ୍ମ ଶତବାର୍ଷିକୀ ଉଦଯାପନି ସମାରୋହ ପାଳନ ଅବସରରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଏହି ମତ ପ୍ରକାଶ ପାଇଛି l ସ୍ମୃତି ସମିତି ର ସଭାପତି ଜୟରାମ ମିଶ୍ର ଙ୍କ ସଭାପତିତ୍ବରେ
ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ତୁଳସୀ ଜୈନ, ମୁଖ୍ୟ ବକ୍ତାଭାବରେ ରାମଶରଣ ହୋତା ଯୋଗଦେଇ ପ୍ରଭାକର ରଥ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସେ ପୁଣିଥରେ ଧରାପୃଷ୍ଟ ରେ ଅବତରଣ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ l ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ସହ ବେଦପାଠ କରିଥିଲେ ଜ୍ୟୋତିରାଣୀ ମିଶ୍ର, ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ ସ୍ମୃତି ସମ୍ପର୍ଣ୍ଣା l ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦକ ମଧୁ ସାହୁ l ଅତିଥି ମାନଙ୍କ ଦ୍ୱାରା ସ୍ମରଣିକା "ପରହିତେ ପ୍ରଭାକର " ଉନ୍ମୋଚିତ ହୋଇଥିଲା l ଏହିଅବସରରେ ସ୍ୱର୍ଗତ ଚୈତନ୍ୟ ଦାସ ଠାକୁର ଙ୍କୁ ମରଣୋତ୍ତୋର ବିଶିଷ୍ଟ ନାଗରିକ ସଂମାନ ପ୍ରଦାନ କରାଯାଇଥିଲା ଏହାକୁ ଗ୍ରହଣ କରିଥିଲେ ତାଙ୍କ ସୁପୁତ୍ର ତ୍ୟାଗରାଜ ଠାକୁର l ଓ ଏ ଭି ର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଙ୍କୁ ତାଙ୍କ ବିଦ୍ୟାଳୟ ର ସଫଳତା ପାଇଁ ସଂମାନିତ କରାଯାଇଥିଲା l ଏହାପରେ ଡାକ୍ତର ଜ୍ୟୋସ୍ନାମୟୀ ମହାପାତ୍ର, ସୌଦାମିନୀ ଉଦ୍ଗାତା, ନୃସିଂହ ଗୁରୁ, ଜଗଦାନନ୍ଦ ଛୁରିଆ, ପ୍ରାଣବନ୍ଧୁ ନାୟକ, ସତ୍ୟବାନ୍ତ ବେଦବାକ, ଘାସିରାମ ମିଶ୍ର, ବିକ୍ରମାନନ୍ଦ ବହିଦାର, ନୀଳମଣି ମିଶ୍ର ଙ୍କୁ ବିଶିଷ୍ଟ ନାଗରିକ ସଂମାନ ପ୍ରଦାନ କରାଯାଇଥିଲା l ସାମାଜିକ କର୍ମୀ
ଅନିଲ କୁମାର ନନ୍ଦ ଙ୍କୁ ପ୍ରଭାକର ରଥ ସେବା ସଂମାନ ପ୍ରଦାନ କରାଯାଇଥିଲା l ଜୟରାମ ମିଶ୍ର ଓ ମଧୁ ସାହୁ ଙ୍କୁ ତାଙ୍କ ସମର୍ପିତ ସେବା ପାଇଁ ସଂମାନିତ କରାଯାଇଥିଲା l ମାନପତ୍ର ପାଠ କରିଥିଲେ ରତ୍ନମୟ ତ୍ରିପାଠୀ, କବିତା ମିଶ୍ର, ଧୀରେନ୍ଦ୍ର ନାରାୟଣ ସିଂହ ଦେଓ, କେଶବ ମିଶ୍ର, ରଂଜିତା ମିଶ୍ର l ସଭା ପରିଚାଳନା କରିଥିଲେ କସ୍ତୁରୀ ରଥ l ଏହି ଅବସରରେ ସୀମାରାଣୀ ମିଶ୍ର ଓ ମଦନ ମୋହନ ରଥ ଙ୍କୁ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ସମ୍ମାନିତ କରାଯାଇଥିଲା l ମାନପତ୍ର ପଢ଼ିଥିଲେ ରୀନାରାଣୀ ମିଶ୍ର l