-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
01-Jan-2022
ବଲାଙ୍ଗୀର, - ଗତ କାଲି ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଭକ୍ତ ଓ ଅଧିକାରୀମାନେ ମହାମୁହିଁ ହୋଇଥିଲେ । କିଛି ଦିନ ତଳେ ମନ୍ଦିରର କିଛି ଅଂଶ ଭାଙ୍ଗି ଯାଇଥିବାରୁ ବଲାଙ୍ଗିର ର ଭକ୍ତମାନଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଶାସନ ମନ୍ଦିର ମରାମତି ପାଇଁ କାମ ଆରମ୍ଭ ହୋଇଥିବା ବେଳେ ବର୍ଷର ଶେଷ ଦିନ ୩୧ ତାରିଖ ସନ୍ଧ୍ୟାରେ ପୋଲିସ, ପ୍ରଶାସନ ଓ ଭକ୍ତ ମହାମୁହିଁ ହୋଇଥିଲେ । ପ୍ରଶାସନ ତରଫରୁ ମନ୍ଦିର ସାମନା ସବୁଜ ରଙ୍ଗ କୁ ନେଇ ବିବାଦ ହୋଇଥିଲା । ଦେବୀଙ୍କ ପୀଠରେ ସବୁଜ ରଂଗ ନିଷେଧ ଥିବାରୁ ତାହା ପ୍ରଶାସନ କାହା ଚାପରେ କାର୍ଯ୍ୟ କରିଛନ୍ତି ବୋଲି ଭକ୍ତ ମନରେ ଅସନ୍ତୋଷ ଥିଲା । କିଛି ଭକ୍ତ ପ୍ରଶାସନ ରଙ୍ଗ ଲଗାଇଥିବାରୁ ବିରୋଧ କରି ଗେରୁଆ ରଂଗ ଲଗାଇ ଦିଆହୋଇଥିବା ବେଳେ ପୋଲିସ ଆସି ବନ୍ଦ କରିଦେଇଥିଲା । ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଆସି କାମ ବନ୍ଦ କରିଦେଇଥିଲେ । ଆଜି ଏହି ଘଟଣାକୁ ନେଇ ଆଳତି କମିଟି ଘୋର ନିନ୍ଦା କରିଛି ଏବଂ ଆଗାମୀ ଦିନରେ ଆନ୍ଦୋଳନର ଚେତାବନି ଦେଇଛି ।