-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
31-Dec-2021
ନୂଆପଡା/ପଦ୍ମପୁର:-ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଗତ ଡିସେମ୍ବର ୨୬ ତାରିଖ ରବିବାର ଦିନ ନୂଆପଡା ଜିଲ୍ଲାର ଆଦର୍ଶ
ଶିକ୍ଷୟିତ୍ରୀ ତଥା ନାରୀକବି ଶ୍ରୀମତୀ ଭାରତୀ ହୋତାଙ୍କୁ "ମାନସିଂହ କବିତା ସମ୍ମାନ"ରେ ସମ୍ନାନୀତ କରାଯାଇଛି । ସେ ଜଣେ ସଫଳ ସାହିତ୍ୟିକା ଭାବରେ ସାରା ରାଜ୍ୟରେ ଜଣାଶୁଣା । ଉକ୍ତ ସଭାରେ ଶ୍ରୀମତୀ ହୋତାଙ୍କ କବିତା ସଂକଳନ
"ପ୍ରୀତିମଗ୍ନା" ମଧ୍ୟ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ଶ୍ରୀମତୀ ହୋତା ଖରିଆରରୋଡ଼ ନିବାସୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ହୋତାଙ୍କ ଧର୍ମପତ୍ନୀ ଅଟନ୍ତି ।