-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
31-Dec-2021
ସୁବର୍ଣ୍ଣପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ରେ ସରକାରୀ ଜମି ଜବରଦଖଲକୁ ନେଇ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାକୁ ନେଇ ପଡ଼ାବାସୀ ସ୍ଥାନୀୟ ତହସିଦାର, ପୌର ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।
ସୂଚନାନୁସାରେ ସୁବର୍ଣ୍ଣପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ ଗଡଭିତରରେ ରହିଛି ବଡ଼ ଜଗନ୍ନାଥ ମନ୍ଦିର। ମନ୍ଦିରର ନିତ୍ୟ ବ୍ୟବହାର୍ଯ୍ୟ ଜଳ, ବର୍ଷାଜଳ ନିଷ୍କାସନ ପାଇଁ ରଜୁଡ଼ା ଅମଳରୁ ମନ୍ଦିରର ଦକ୍ଷିଣ-ପୂର୍ବ କୋଣରେ ଏକ ଛୋଟିଆ ପୋଖରୀର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ପୌର ପରିଷଦ ପକ୍ଷରୁ ବାହ୍ୟ ଜଳ ନିଷ୍କାସନ ପାଇଁ ଏହି ପୋଖରୀରେ ୩-୪ଟି ଡ୍ରେନ ସଂଯୋଗ କରାଯାଇଛି। ବର୍ଷା ଋତୁରେ ପୋଖରୀରେ ଅଧ କିମି ବ୍ୟାସାର୍ଦ୍ଧର ବର୍ଷା ଜଳ ସଂଗୃହିତ
ହେବା ସହିତ ବଳକା ଜଳ ନଦୀକୁ ନିଷ୍କାସିତ ହୋଇଥାଏ। ହେଲେ ପୌର ପରିଷଦ ଓ ରାଜସ୍ବ ବିଭାଗର ଉଦାସୀନତା ଯୋଗୁ ଆଖପାଖ ଅଞ୍ଚଳର ଲୋକ ନିତ୍ୟ ବ୍ୟବହାର୍ଯ୍ୟ ବର୍ଜ୍ୟବସ୍ତୁ, ଅଦରକାରୀ ଇଟା, ବାଲି, ପଥର ଇତ୍ୟାଦି ଟ୍ରାକ୍ଟରରେ ବୋହିଆଣି ପୋଖରୀରେ ପକାଉଛନ୍ତି। ଫଳରେ ଦିନକୁ ଦିନ ପୋଖରୀର ଜଳ ଧାରଣ କ୍ଷମତା ହ୍ରାସ ପାଇବା ସହ ଜବରଦଖଲକରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି। କିଛିଦିନ ହେଲା ଜୈନିକ କିଛି ବ୍ୟକ୍ତି ଏହାର ସୁଯୋଗ ନେଇ ପୋଖରୀର କିଛି ଅଂଶକୁ ପୋତିଦେଇ ଗୃହ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଫଳରେ ପଡ଼ାବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜବରଦଖଲ, ବେଆଇନ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ପଡ଼ାବାସୀ ସ୍ଥାନୀୟ ତହିଲଦାର, ପୌର ପରିଷଦ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।