-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
30-Dec-2021
ଉଲୁଣ୍ଡା (ପ୍ରେରଣା ଖବର) :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ମାରିଚପୂର୍ ଠାରେ ବାବା ନୃସିଂହନାଥ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ପ୍ରଥମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ହିଲୁଙ୍ଗ କୁ ହରାଇ ପାନସିଆଲି ବିଜୟୀ ହୋଇ ଚାମ୍ପିଅନ
ହୋଇଛି।ଫାଇନାଲ ମ୍ୟାଚରେ ପାନିସିଆଲ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୮ ଓଭର ରେ ୬ ୱିକେଟ୍ ବିନିମୟରେ ୬୦ ରନ କରି ଥିବା ବେଳେ , ହିଳୁଙ୍ଗ ଦଳ ୮ ଓଭର ରେ ମାତ୍ର ୪୫ ରନ ସଂଗ୍ରହ କରି ପରାଜିତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଟୁର୍ଣ୍ଣାମେଣ୍ଟ ସଭାପତି ପିକୁନ ପଧାନ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅଥିତି ଭାବରେ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇଥିଲେ।ବିଜେଡି ର ବ୍ଲକ ସଭାପତି ବିହାରିଲାଲ ମିଶ୍ର , ଯାଦୁଗର ତଥା ଅଧ୍ୟାପକ ଉଦ୍ଧବ ପଧାନ , ସ୍ଥାନୀୟ ସରପଞ୍ଚ ପିଙ୍କି ବିଶି, ପୂର୍ବତନ ସମିତି ସଭ୍ୟ ବିକାଶ ବିଶି,ସୋମନାଥ ପଧାନ,ପୀତବାସ କର୍ମୀ,ଅମିୟ ରଞ୍ଜନ ଦାସ, ବଣ୍ଟି ପାତ୍ର ସମ୍ମାନୀତ ଅତିଥି ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ବିଜେତା ଓ ଉପବିଯେତା ଟିମ୍
କୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ଏବଂ ପାନିସିଆଲି ଟିମ୍ ର ମିଲୁ ସାହୁଙ୍କୁ ମେନ ଆଫ ଦି ସିରିଜ୍ ପ୍ରଦାନ କରାଯାଇଥିଲା। ଅଶ୍ଵିନୀ ପଧାନ ଓ ପିଣ୍ଟୁ ବିଶି ଖେଳ ପରିଚାଳନା କରିଥିବା ବେଳେ ଜ୍ଞାନରଞ୍ଜନ ପଧାନ ଓ ସିଦ୍ଧାର୍ଥ ମହାକୁର ଧାରା ବିବରଣୀ ପ୍ରଦାନ କରିଥିଲେ।