-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
29-Dec-2021
ବରଗଡ:-ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଳକ ରେ ଯାଉଥିବା ଅର୍ଜୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମୋ ପରିବାର ଓ ସମଲେଶ୍ଵରୀ ପୂଜା କମିଟି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାର ର ସଦସ୍ୟ ଶ୍ରୀମାନ ଗୌରହରି ମିଶ୍ର ଯୋଗଦାନ କରି ରକ୍ତଦାତା ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲାପରେ ସ୍ୱଇଚ୍ଛାରେ ଆସିଥିବା ୪୭ ଜଣ
ରକ୍ତଦାତା ଙ୍କ ଠାରୁ ସମୁଦାୟ ୪୭ ୟୁନିଟ ରକ୍ତ ପ୍ୟାକେଟ ସଂଗ୍ରହ କରାଯାଇପାରିଛି lଓଡିଶା ର ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି ପ୍ରୟାସ ପାଇଁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି lରକ୍ତଭାବ ସମୟରେ ଓଡ଼ିଶା ମୋ ପରିବାର ଯେଉଁ ଭଳି ଭାବେ ରକ୍ତାଭାବ ସମୟ ରେ ରକ୍ତଭାବ ମେଣ୍ଡାଇ ଅନେକ ଅମୁଲ୍ୟ ଜୀବନ ବଞ୍ଚାଇବାରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ କରି ଚାଲିଛି, ବାସ୍ତବିକ ଏହା ଏକ ପ୍ରଶଂସନୀୟ କାର୍ଯ୍ୟ ଅଟେ lକଥାରେ ଅଛି ବେଳ ଥାଉଁ ବନ୍ଧ ବାନ୍ଧରେ କୁମର-----,ତାହା ନିରାଟ ସତ୍ୟତାରେ ପ୍ରମାଣିତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ