-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
26-Dec-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) // ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପାଇକମାଳ ବ୍ଲକ ବିଜୁ ଜନତା ଦଳ ତରଫରୁ ଦଳର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ପାଇକମାଳ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ , ବିଜୁ ଯୁବ ଜନତାଦଳ ପାଇକମାଳ ବ୍ଲକ ସଭାପତି ଗୌତମ ସିଂ , ପାଇକମାଳ ବ୍ଲକ ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ , ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଳତାବ୍
ମହମ୍ମଦ , ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ଡନସେନା , ପାଇକମାଳ ବ୍ଲକ ଆଇ ଟି ସଂଯୋଜକ ଗଣେଶ ପ୍ରଧାନ ଓ ପାଇକମାଳ ବ୍ଲକ ଡିଜିଟାଲ ସମ୍ପାଦକ କାହ୍ନା ସରାପ୍ ଙ୍କ
ସମେତ ପାଇକମାଳ ବ୍ଲକ ର ସମସ୍ତ ବିଜୁ ଜନତା ଦଳର କର୍ମୀ ବୃନ୍ଦ , ସଦସ୍ୟ/ସଦସ୍ୟା ଅଗଣିତ ବିଜୁ ପ୍ରେମୀ ଓ ନବୀନ ପ୍ରେମୀ ଯୋଗଦାନ କରି ବିଜୁଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ କରିଥିଲେ