-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
26-Dec-2021
ବରଗଡ-: ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ସହରାଟିକ୍ରା ବିଜୁ କୃଷକ ଭବନ ଠାରେ ବିଜୁ ଜନତା ଦଳ ୨୫ତମ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ବିଜୁ ଜନତା ଦଳ ୨୫ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହ ରେ ମୁଖ୍ୟ ଅତିଥି ଅତାବିରା ବିଧାୟିକା ଶ୍ରୀ ମତୀ ସ୍ନେହାଙ୍ଗିନୀ ଛୁରିଆ,
ଭେଡେନ ବ୍ଳକ ୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବାଷ ହୋତା, ଭେଡେନ ବ୍ଳକ ଅଧ୍ୟକ୍ଷ ଶ୍ରୀ ଡୋଲାମଣି କ୍ଷେତି, ଭେଡେନ ବ୍ଳକ ବିଜୁ ଜନତା ଦଳର ସଭାପତି ଶ୍ରୀ ହରିଶଙ୍କର ବେହେରା, ସୁରେନ୍ଦ୍ର କର୍ମୀ, ସୁପ୍ରଭା ପ୍ରଧାନ, ହେମାବତୀ କରନ, ରାଜ୍ୟ ଆତ୍ମା କମିଟି ର ସଦସ୍ୟ ଶ୍ରୀ ଗଣେଶ କର୍ଣ୍ଣ, ଭେଡେନ ବ୍ଳକ କଲାକାର ସଭାପତି ଶ୍ରୀ ସାଗର ମହାକୁର ଓ ବହୁ ସଂଖ୍ୟାରେ ବିଜେଡି କର୍ମୀ ଉପସ୍ଥିତ ଥିଲେ। ସଭା ଶେଷରେ ସୁବାଷ ହୋତା ଧନ୍ୟବାଦ ଅର୍ପଣ କଲେ