-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
25-Dec-2021
ଗଞ୍ଜାମ, କୋଦଳା(ଉମା ମହାରଣା) // ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡାର ବିକାଶ ନିମନ୍ତେ ୧୬ /୧୨/୨୦୨୧ ତା ରେ ଭିଡିଓକନଫରେନ୍ସ ମଧ୍ୟମରେ ଇଣ୍ଡୋର୍ ଷ୍ଟାଡିୟମ୍ ଉଦ୍ଧାଟନ କରିଥିଲେ।୨୪/୧୨/୨୦୨୧ ତା କ୍ରୀଡାର ବିକାଶ ପାଇଁ କୋଦଳା କୋର୍ଟପଡିଆ ଠାରେ ୬ କୋଟିର ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ |ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ କରିବା ସହ
ଗ୍ରାମାଞ୍ଚଳର ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ସରକାରଙ୍କ ଏହି ବହୁମୁଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମର ଉଦ୍ଦେଶ୍ୟ |ଏହା ଦ୍ଵାରା ଯୋଉମାନେ ଖେଳିବାରୁ ବଂଚିତ ହେଉଛନ୍ତି ତାହା ଆଉ ହେବନାହିଁ ଏହି କାର୍ଯ୍ୟକ୍ରମରେ ପୁର୍ତ ବିଭାଗର ଏସ ଡି ଓ ପ୍ରଦୀପ୍ତ ଶତପଥି,ଜେଇ ସତ୍ୟନାରାୟଣ ବିଶୋଇ, ବିଯେଡି ର ନଗର ସଭାପତି ସଂଜୀବ କୁମାର ସାହୁ, ଗୋପାଳକୃଷ୍ଣ ସାହୁ, କୈଳାଶ ପଣ୍ଡା, ପରି ସାହୁ, ଅଭୟ କୁମାର ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।