-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
24-Dec-2021
ଭୁବନେଶ୍ୱର : ଆର୍ଯ୍ୟାନ ସ୍କୁଲ ଅଫ ବିସିନେସ ମ୍ୟାନେଜମେଣ୍, କାଉଁସିଲ ଫର ସୋସିଆଲ ଡେଭେଲପମେଣ୍ଟ ହାଇଦ୍ରାବାଦ ଏବଂ ଆଇସିଏସଏସଆର ସହଯୋଗରେ ଆର୍ଯ୍ୟବିହାର କ୍ୟାମ୍ପସରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର କାଯ୍ୟକ୍ରମ ମୁଖ୍ୟ ଦୀପ୍ତି, ସାମ୍ନାନିତ ଅତିଥିଭାବେ ହାଇଦ୍ରାବାଦ ସୋସିଆଲ ଡେଭେଲପମେଣ୍ଟ ମୁଖ୍ୟ ସଂଚଳକ ଡ଼. ସୁଜିତ କୁମାର ମିଶ୍ର ଏବଂ ଆର୍ଯ୍ୟlନ ସ୍କୁଲ ଅଧ୍ୟକ୍ଷ ଡ଼. ମୌସୁମୀ ପଣ୍ଡା ଯୋଗଦେଇଥିଲେ l ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ, ଗୋଟିପୁଅ ନୃତ୍ୟଶିଳ୍ପୀ ମାଗୁଣି ଚରଣ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ପରେ ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ଆନମନା କରିଥିଲା l ଶେଷରେ ଆରୟାନ ଗ୍ରୃପ୍ ର ଚେୟାରମ୍ୟାନ୍ ଡ. ମଧୁମିତା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l