-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
ନର୍ଲା-(ସଞ୍ଜୀବ ଦାସ) କଳାହାଣ୍ଡି ଜିଲ୍ଲା ନର୍ଲା ସର୍ଗିଗୁଡ଼ା ପଞ୍ଚାୟତ ର ନର୍ଲା ରୋଡ ଠାରେ ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନ ବର୍ଷ ବର୍ଷ ଧରି ବେନିୟମ ଭାବରେ ଖୋଲିଛି ଯାହା କି ବସ୍ତିର ମହିଳା ମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଛି l ନର୍ଲା ରୋଡର ମୁଖ୍ୟ ତିନୋଟି ରାସ୍ତା ପାର୍ଶ୍ବରେ ଜନଗହଳି ବସ୍ତି ରେ ଖୋଲାଯାଇଛି ଠିପି ବନ୍ଦ ବିଦେଶୀ ମଦ ଦୋକାନ, ଗୋଟିଏ ପଟରେ ସରକାରୀ ସ୍କୁଲ ଥିବାବେଳେ ଅନ୍ୟପଟରେ ମନ୍ଦିର ସହିତ ରେଳ ଷ୍ଟେସନ ରହିଛି, ଯାହାକି ଛାତ୍ରଛାତ୍ରୀ ମାନେ ମଦୁଆଙ୍କ ଆକ୍ରୋଶ ର ଶିକାର ହେଉଛନ୍ତି,ମହିଳା ମାନେ ମଦୁଆ ମାନଙ୍କ ଅସଭ୍ୟ ଭାଷା ଏବଂ ଝଗଡ଼ା ଯୋଗୁଁ ସୁରକ୍ଷିତ ମଣୁନାହାନ୍ତି l ସରକାରୀ ନିୟମ ଅନୁଯାୟୀ ବିଦେଶୀ ମଦ ପିଉଥିବା ହିତାଧିକାରୀ ମାନଙ୍କ ଠାରୁ ସମସ୍ତ ମଦ ଉପରେ ଅଧିକ ଟିକସ ନେଉଥିବା ଓ ବିଲ୍ ଦେବାପାଇଁ ମନାକରୁଥିବା ଅଭିଯୋଗ ମଧ୍ୟ ହେଉଛି, ଏବଂ ସମସ୍ତ ନୀତିନିୟମ କୁ ନ ମାନି ବିଦେଶୀ ମଦ ଦୋକାନ ଖୋଲିଥିବା ମାଲିକ ଙ୍କ ଟଙ୍କା ଏବଂ ଦାୟିତ୍ୱରେ ଥିବା ମେନେଜର୍ ଙ୍କ ସଲାସୁତୁରା ରେ ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗ ଙ୍କୁ ହାତମୁଠାରେ ରଖି ବେନିୟମ ଭାବରେ ରାତି ସାରା ନକଲି ବିଦେଶୀ ମଦ ତିଆରି କରି ଖୁଲମଖୁଲ୍ଲା କୁଚିଆ ମଦ ରପ୍ତାନି କରିବା ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଉଥିବା ତଥା ସାଧାରଣ ଙ୍କ ମୁହଁରେ ଚର୍ଚ୍ଚା ହେଉଛି,ତେଣୁ ସେବାକାରୀ କିନ୍ନର ସଂଘର ସଭାପତି କାମିନୀ ବନଛୋର ମହିଳା ମାନଙ୍କ ସୁରକ୍ଷା ଆଉ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ପାଇ ଉକ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ. ସ୍ଥାନାନ୍ତରିତ ପାଇଁ ସ୍ଥାନୀୟ ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l