-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
22-Dec-2021
ପାଟଣାଗଡ଼ ( ପୂର୍ଣ୍ଣ ଶଶୀ ଶେଖର ରାଓ) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ରୋଡ଼ ତଥା ଲାଠୋର ହେଉଛି ବ୍ୟବସାୟଙ୍କ ପେଣ୍ଠସ୍ଥଳୀ। ଏଠାରେ ରେଲୱେ ଷ୍ଟେସନ ଥିବା ହେତୁ ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟତ
କରୁଥାନ୍ତି। କିନ୍ତୁ ଦୁଃଖର ବିଷୟ ଏହିକି ଯେ ଲାଠୋର ଭଳି ଏକ ସବୁଜ ସୁନ୍ଦର ସହରରେ ଭଲ ବସ୍ ଷ୍ଟାଣ୍ଡ ଟିଏ ନାହିଁ କିମ୍ବା ବସିବା ପାଇଁ ଜାଗା ଟିକିଏ ନାହିଁ।ଯାଫଲରେ ଏଠାକୁ ଆସୁଥିବା ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦେଶ ବିଦେଶରୁ ମଧ୍ୟ
ହରିଶଙ୍କର ମେଳା ତଥା ନୃସିଂହ ଚତୁର୍ଦ୍ଦଶୀରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୁଏ। ହେଲେ ବସ୍ ମାନଙ୍କୁ ଅପେକ୍ଷା କରିବାକୁ ଲୋକେ ବସ୍ ଷ୍ଟାଣ୍ଡ କୁ ଆସି ଏଣେତେଣେ ବୁଲି ବିରକ୍ତି ପ୍ରକାଶ କରିଥାନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଲାଠୋର ବସ ଷ୍ଟାଣ୍ଡରେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।