-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
21-Dec-2021
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ମୁଡିଙ୍ଗ ପଞ୍ଚାୟତ ଶାନ୍ତିଵନ ଠାରେ ସରପଞ୍ଚ ଟଙ୍କଧର ନାଏକ ଙ୍କ ନେତୃତ୍ୱରେ ଗ୍ରାମଵାସୀ ଓ ପଞ୍ଚାୟତ ବାସୀଙ୍କ ସହଯୋଗ କ୍ରମେ ନିର୍ମାଣ ହୋଇଥିବା ନୂତନ ପାର୍କ ସୋମବାର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୁପିନ୍ଦର ସିଂ, ସମ୍ମାନିତ ଅତିଥି ରୂପେ ମ.ରାମପୁର ବ୍ଲକ ଅଧ୍ୟକ୍ଷ ଜିବେଶ ପଣ୍ଡା,ବିଜେଡ଼ି ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ,ମ.ରାମପୁର ଭିଡିଓ ଉତ୍ତମ କୁମାର ବାଗ, ଜିଲ୍ଲା ପରିଷଦ ସଭ୍ୟା ସ୍ନେହଲତା ଭୋଇ,ଏଇଇ ନିହାର ରଞ୍ଜନ ମାଝୀ, ସମିତି ସଭ୍ୟ ଶରତ କୁମାର ମାଝୀ,ପିଇଓ ବିଜୟ କୁମାର ସାମଲ, ପଞ୍ଚାୟତ ପିଅନ ପରଦେଶି କୁମାର,ଜେଇ କୀର୍ତ୍ତି ବେହେରା,ପ୍ରଵିଣ କୁମାର ପାଣି,ଜିପିଇଓ କୁଳମଣି ସିଂ,ଵିପିଏମ ଦିପ୍ତୀ ନାଏକ,ଅବସର ରେଞ୍ଜର ସହଦେବ ଧଙ୍ଗଡାମାଝୀ ,ମ.ରାମପୁର ବିଜେଡି ସଭାପତି ଗୋବିନ୍ଦ ଶତପଥୀ ଯୋଗଦେଇ ଥିଲେ । ମସ୍କାଦାଣ୍ଡି ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଲଳିତ ମୋହନ ଭୋଇ ମଞ୍ଚାସୀନ ଅତିଥିଙ୍କୁ ସ୍ଵାଗତ ଜଣାଇ ମଞ୍ଚ ପରିଚାଳନା କରିଥିବା ବେଳେ ରିୟାନ୍ସ ଦିଲିପ ସ୍ଵାଗତ ସଂଗୀତ ଗାନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଶ୍ରୀ ସିଂହଦେଓ ପାର୍କର ଉନ୍ନତି ପାଇଁ ସୋଲାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଅନ୍ୟ ଅତିଥି ବୃନ୍ଦ ପାର୍କ ଓ ଶାନ୍ତିଵନର ଶୋଭାବର୍ଦ୍ଧନ ପାଇଁ ସମସ୍ତ ସହଯୋଗ ଯୋଗାଇଦେବା ନିମନ୍ତେ ନିଜ ନିଜର ମତ ପ୍ରକାଶ କରିଥିଲେ ।