-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Dec-2021
କଳାହାଣ୍ଡି ନର୍ଲା(ସଞ୍ଜିବ ଦାସ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ଠାରେ କୃଷକ ଉତ୍ପାଦକ କମ୍ପାନୀର ବୋର୍ଡ ସଦସ୍ୟ ସଦସ୍ୟାଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ନାବାର୍ଡ ଡି ଡି ଏମ ମଳୟ କୁମାର ମେହେର, ମହାଶକ୍ତି ଫାଉଣ୍ଡେସନ ର ଦେବେନ୍ଦ୍ର କୁମାର ମିଶ୍ର, ଜ୍ୟୋତିଷ ନାଏକ ଏବଂ ମାଁ ସୁନାମୁଖୀ କୃଷକ ଉତ୍ପାଦକ କମ୍ପାନୀ ଲିଃ. ର ପରିଚାଳନା ପରିଚାଳନା ନିର୍ଦେଶକ ବଳଦେବ ଭୋଇ , ନିର୍ଦ୍ଦେଶକ ହେମନ୍ତ ମାଝୀ,
ମମତା ଭୋଇ, ବୋର୍ଡ ସଦସ୍ୟ ଅନିରୁଦ୍ଧ ପୁଟେଲ, ବିଶ୍ୱମ୍ବର ଭୋଇ, ଚିନ୍ତାମଣି ଭୋଇ, ଦୟାନିଧି ମାଝୀ, ବୈଦ୍ୟନାଥ ମାଝୀ ପ୍ରମୁଖ ଯୋଗ ଦେଇ ଅଫିସ ବନ୍ଦୋବସ୍ତ,ସୋଲାର ଡାଲି ପ୍ରୋସେସିଂ ମେସିନ ,ଜଳସେଚନ ବ୍ୟବସ୍ତା ବଜାର ନିର୍ମାଣ ,ସାର, ବିହନ, କୀଟନାଶକଔଷଧ ଯଥା ରୋରାଲ ମାର୍ଟ ତିଆରି କରିବା ଦିଗରେ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ ।