-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

କେବଳ ପ୍ରଶିକ୍ଷିତ ବ୍ୟକ୍ତି ହିଁ ଏବେ ଗାଡି ଚାଳକ ହୋଇ ପାରିବେ, ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ସ୍ଵୟଂଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର

20-Dec-2021



 ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) :ଆଜି ବାଣିଜ୍ଯ ଓ ପରିବହନ ଏବଂ ଯୋଜନା ଓ ସଂଯୋଜନା  ବିଭାଗ ର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ  ବେହେରା ଙ୍କ ଦ୍ଵାରା  ସୋନପୁର ବଲାଙ୍ଗୀର  ମୁଖ୍ୟରାସ୍ତା  ର ସାହାଜପିଟା ଠାରେ  ଏକ  ଅତ୍ୟାଧୁନିକ ସ୍ଵୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ରର ଶୁଭ  ଉଦ୍ଘାଟନ  ହୋଇ ଯାଇଛି l ପରିବହନ ବିଭାଗ ତରଫରୁ ଆୟୋଜିତ ଏହି ଲୋକାର୍ପଣ  ସମାରୋହ ରେ ମୁଖ୍ୟ ଅତିଥି  ଭାବରେ  ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ  ବେହେରା, ମୁଖ୍ୟବକ୍ତା   ଭାବରେ ବିଭାଗୀୟ ସଚିବ  ଶ୍ରୀଯୁକ୍ତ ମଧୁସୂଦନ ପାଢୀ,   ସମ୍ମାନିତ ଅତିଥିଭାବେ ପରିବହନ ଆୟୁକ୍ତ ଶ୍ରୀଯୁକ୍ତ  ଅରୁଣ  ବୋଥ୍ରା , ଜିଲ୍ଲାପାଳ ଶ୍ରୀମତୀ  ଅବୋଲି ସୁନୀଲ ନରୱଣେ ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ  ଶ୍ରୀଯୁକ୍ତ ସୀତାରାମ ଶତପଥୀ,   ପରିବହନ ଉପ ଆୟୁକ୍ତ ଶ୍ରୀଯୁକ୍ତ  ଦୀପ୍ତି  ରଞ୍ଜନ ପାତ୍ର , ଆଂଚଳିକ ପରିବହନ ଅଧିକାରୀ  ଶ୍ରୀଯୁକ୍ତ  ରବିନ୍ ପଟ୍ଟନାୟକ ଯୋଗଦାନ  କରିଥିଲେ I  ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ  ପ୍ରଜ୍ବଳନ ପରେ  ଜିଲ୍ଲାପାଳ ଶ୍ରୀମତୀ  ନରୱଣେ ପ୍ରାରମ୍ଭିକ  ଅଭିଭାଷଣରେ  ଏହି  ପରୀକ୍ଷଣ  କେନ୍ଦ୍ର ଉଦଘାଟନ ଦ୍ଵାରା  ଜିଲ୍ଲା ର  ଏକ  ବହୁ  ଦିନର  ସ୍ଵପ୍ନ ପୂରଣ  ହେଲା  ଏବଂ  ଏହାଦ୍ଵାରା  ଜିଲ୍ଲାରେ  ନିଶ୍ଚିତ  ଭାବରେ  ଦୁର୍ଘଟଣା  ହ୍ରାସ  ପାଇବ ବୋଲି ଆଶା ବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା  ଶ୍ରୀଯୁକ୍ତ  ପାଢୀ   ଏହି  ପ୍ରକଳ୍ପ ର  ସଫଳତା  ରେ  ନିଜର  ଖୁସି  ବ୍ୟକ୍ତ କରିଥିଲେ l  ଏହି  ଅବସରରେ  ସେ କହିଲେଯେ  ପ୍ରତ୍ୟେକ  ଗାଡ଼ି ଚାଳକ ଙ୍କର ଗାଡି  ଚାଳନା  ସମୟରେ  ସତର୍କ ଏବଂ ସାବଧାନ  ଅପରିହାର୍ଯ୍ୟ, ସେମାନେ  ନିଜେ  ଯତ୍ନବାନ  ହେବା  ସହ ପଥଚାରୀ ମାନେ  ମଧ୍ୟ  ସତର୍କ  ରହିଲେ ଦୁର୍ଘଟଣା  ଅନେକ  ମାତ୍ରାରେ  ହ୍ରାସ  ପାଇବ l ରାଜ୍ୟ ପରିବହନ  ଆୟୁକ୍ତ  ଶ୍ରୀଯୁକ୍ତ  ବୋଥ୍ରା କହିଲେ  ଯେ ଯେଉଁ  ଗାଡି  ଚାଳକ  ମାନେ  ଏହି  ଅତ୍ୟାଧୁନିକ ପରୀକ୍ଷଣ  କେନ୍ଦ୍ର ରୁ  ଉତ୍ତୀର୍ଣ୍ଣ ହୋଇ ପ୍ରମାଣ  ପତ୍ର  ପାଇବେ  ସେମାନେ  ନିଶ୍ଚିତ  ଭାବରେ  ଜଣେ ଜଣେ ଭଲ ଡ୍ରାଇଭର ହୋଇ  ପାରିବେ l  ଆଗାମୀ  ଦିନରେ   ଇଛୁକ  ପ୍ରାର୍ଥୀମାନଙ୍କୁ  ସ୍ପେଶିଆଲ ଡ୍ରାଇଭ  ମାଧ୍ୟମରେ ଏହି  ପରୀକ୍ଷା କେନ୍ଦ୍ରରୁ  ଉତ୍ତୀର୍ଣ୍ଣ  ହେବା ପାଇଁ ପଦକ୍ଷେପ  ନିଆଯିବ l   ସମସ୍ତ ଅତିଥି ମାନେ  ଏହି  ଅବସରରେ ନିଜ  ନିଜର  ଶୁଭେଚ୍ଛା  ବାର୍ତ୍ତା  ପ୍ରଦାନ  କରିଥିଲେ l ମାନ୍ୟବର  ପରିବହନ ମନ୍ତ୍ରୀ  ଶ୍ରୀଯୁକ୍ତ ପଦ୍ମନାଭ

ବେହେରା ତାଙ୍କ  ବକ୍ତବ୍ୟରେ କହିଲେ ଯେ ସମ୍ମିଳିତ  ପ୍ରଚେଷ୍ଟା ଓ ସହଯୋଗ ବଳରେ ଆମେ  ଜିଲ୍ଲାରେ  ଦୁର୍ଘଟଣା ରୋକି  ପାରିବା ଏବଂ  ଦୁର୍ଘଟଣା ଜନିତ ମୃତ୍ୟୁ  ହାରକୁ  ହ୍ରାସ  କରି  ପାରିବା I ଏହି ସ୍ଵୟଂ  ଚାଳିତ ଯାନଚାଳନା ପରିକ୍ଷଣ କେନ୍ଦ୍ର  ଦ୍ଵାରା କେବଳ  ଯୋଗ୍ୟ  ବ୍ୟକ୍ତିମାନେ  ହିଁ ଡ୍ରାଇଭିଂ  ଲାଇସେନ୍ସ  ପାଇପାରିବେ ବୋଲି ସଚେତନ କରି ଦେଇଥିଲେ l ଏହା  ସମଗ୍ର  ରାଜ୍ୟରେ  ପରିବହନ  କ୍ଷେତ୍ରରେ  ଏକ ଆଦର୍ଶ  ପ୍ରକଳ୍ପ ଭାବରେ  ଶୀଘ୍ର  କାର୍ଯ୍ୟକ୍ଷମ  ହୋଇ  ପାରିଛି ବୋଲି  କହିଥିଲେ l ଶେଷରେ  ଆଂଚଳିକ  ପରିବହନ ଅଧିକାରୀ  ରବିନ୍  ପଟ୍ଟନାୟକ  ଧନ୍ୟବାଦ  ଅର୍ପଣ କରିଥିଲେ l ଏହି  କାର୍ଯ୍ୟକ୍ରମକୁ ସ୍ଥାନୀୟ  କୋଶଳ ଉଚ୍ଚ ବିଦ୍ୟାଳୟ ର  ଛାତ୍ରଛାତ୍ରୀମାନେ ସୁନ୍ଦର  lଭାବରେ ସଂଯୋଜନା କରିଥିଲେ l ଏହି  ସଭାରେ ସମସ୍ତ ପରିବହନ ବିଭାଗୀୟ ଅଧିକାରୀ, ବିଭିନ୍ନ ଆରକ୍ଷୀ ଅଧିକାରୀ,ସାମ୍ବାଦିକ ତଥା ସ୍ବେଛାସେବୀ ପ୍ରମୁଖ ଅଂଶଗ୍ରହଣ  କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like