-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Dec-2021
କର୍ଲାମୁଣ୍ଡ(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କ ର୍ଲା ମୁଣ୍ଡା ବ୍ଲକ ଅବୁଜବାହାଲ ଠାରେ ଜେକେ ଜୁନିୟର କଲେଜ ରିଷିଡା ପକ୍ଷରୁ ରାଷ୍ଟ୍ରୀୟ ସେବା ଯୋଜନାଶାଖା ତରଫରୁ ଶୀତ କାଳୀନ ସ୍ଵତନ୍ତ୍ର ସେବା ଶିବିର ରବିବାର ଠାରୁ ଆରମ୍ଭ ହୋଇଯାଇଛି ।ଏଥିରେ କଲେଜ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ସଭା ରେ ଗଜବାହାଲ ପଂଚାୟତ ସରପଞ୍ଚ ପୂଜା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବି୍ରାର୍ଥୀ ମାନଙ୍କୁ 'ମାନବ ସେବା ହିଁ ଭଗବାନଙ୍କ ସେବା ' ବୋଲି କହିଥିଲେ l ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସଚେତନତା, କୋଭିଡ ମୁକାବିଲା, ନାରୀଶିକ୍ଷା, ଗ୍ରାମ୍ୟ ସଫେଇ,ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଶିବିର,ସଡକ ସୁରକ୍ଷା ତଥା ସକ୍ରିୟ ନାଗରିକତା ଆଦି କାର୍ଯ୍ୟକ୍ରମ ଓ଼ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ପାଇଁ ଯୋଜନା ଥିବା କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ରେ ପ୍ରୋଗ୍ରାମ ଅଫିସର ପ୍ରଫେସର ନିଳାମ୍ବର ପାତ୍ର ଏହାର ସଂଯୋଜନା ନେଇଥିବା ବେଳେ କଲେଜ ର ଅନ୍ୟ କର୍ମକର୍ତା ତଥା ଅବୁଜବାହାଲ ସ୍କୁଲ ଶିକ୍ଷକ ବୃନ୍ଦ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରୁଛନ୍ତି l