-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2021
ପଦ୍ମପୁର:-ସମାଜ କହିଲେ ଗୋଟିଏ ଜାତି କୁ ସଂଗଠିତ କରି ରଖିବା, କୁ ପଥଗାମୀ ନ ହେବା, ସଂସ୍କାର ରେ ରହିବା ପାଇଁ ସମସ୍ତ ସଂପ୍ରଦାୟର ସମାଜ ଗୋଟିଏ ଠିକରେ ରହିବାର ପ୍ରୟାସ କରିଥାଏ lଏ ପରିପ୍ରେକ୍ଷୀରେ କଲାପରେ, ଆଜି ପାଇକମାଳ ବ୍ଳକ ଅନ୍ତର୍ଗତ ସୋଢା ଗ୍ରାମ ସ୍ଥିତ ପଠାରି ଗୁଡି ପରିସରରେ ସୋଢା ସର୍କଲ କୁମ୍ଭାର ସମାଜ ର ବାର୍ଷିକ ଅଧିବେଶନ ସଭାପତି ଗୋବିନ୍ଦ ରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ନିରାକାର ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଏହି ଅଧିବେଶନ ଆରମ୍ଭ ହୋଇଥିଲା lଏହି ଅଧିବେଶନ ରେ ପାଇକମାଳ ବ୍ଳକ, ଝାରବନ୍ଧ ବ୍ଲକ ର ସଭାପତି ଶ୍ରୀମାନ ଶ୍ୟାମ ରଣା, ବ୍ଳକ ସମ୍ପାଦକ ଶ୍ରୀମାନ କୁବେର ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁରାଳ ସମାଜ ର ମଙ୍ଗଳ କାମନା କରିଥିଲେ lଏହି ଅଧିବେଶନ ରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ:-ବିରଞ୍ଚି ରଣା,ବାଲାଜୀ ରଣା,ଫକିର ମୋହନ ରଣା,ଅରୂପା ରଣା,ଗଣ୍ଡା ରଣା, ବୈଷ୍ଣବ ରଣା,ଅକୃର ରଣା,ବିଶି ରଣା,ସୁଧିର ରଣା ପ୍ରମୁଖ ଏହି ଅଧିବେଶନରେ ଯୋଗ ଦେଇ ନିଜ ନିଜ ଆଭିମୁଖ୍ୟ ଜଣାଇଥିଲେ l